pakka

ମୋହନଗିରି ଉଚ୍ଚ ବିଦ୍ୟାଳୟର ବାର୍ଷିକୋତ୍ସବ ପାଳିତ

bbehera

ମୋହନଗିରି, (ହେମନ୍ତ ସାହୁ) : ‘ଭଲ ମଣିଷଟିଏ ହେବା, ଆତ୍ମ ବିଶ୍ୱାସ ସହ ଯେ କୌଣସି ପରିସ୍ଥିତିକୁ ସାମ୍ନା କରିବା, ନିଜ ବିଦ୍ୟାଳୟକୁ ଭଲ ପାଇବା, ଅଞ୍ଚଳର ଉନ୍ନତିରେ କାମ କରିବା’ ଏଭଳି କେତେକ ପ୍ରେରଣାଦାୟୀ ବକ୍ତବ୍ୟ, ଅତିଥି ବକ୍ତା ପିଲାଙ୍କ ଆଗରେ ରଖି ସରକାରୀ ଉଚ୍ଚ ବିଦ୍ୟାଳୟ, ମୋହାନଗିରି ତାର ୪୧ତମ ବାର୍ଷିକୋତ୍ସବ ପାଳନ କରିଛି । ସଭା ପ୍ରାରମ୍ଭରେ ଛାତ୍ରୀମାନେ ଆବାହନୀ ସଙ୍ଗୀତ ଗାନ କରିଥିବା ବେଳେ ପ୍ରଧାନ ଶିକ୍ଷକ ମହେଶ କୁମାର ପାଠକଙ୍କ ସଭାପତିତ୍ୱରେ ରବୀନ୍ଦ୍ର କୁମାର ପ୍ରଧାନ ବିଦ୍ୟାଳୟର ବାର୍ଷିକ ବିବରଣୀ ପଠନ କରିଥିଲେ । ମୁଖ୍ୟ ଅତିଥି ଭାବେ ପୁଷ୍ପେନ୍ଦ୍ର କୁମାର ସିଂଦେଓ, ଜିଲ୍ଲା ପରିଷଦ ଅଧ୍ୟକ୍ଷ, କଳାହାଣ୍ଡି, ସମ୍ମାନିତ ଅତିଥି ଭାବେ ଶ୍ରୀମତୀ ମଞ୍ଜୁଲତା ପନ୍ଦର, ଜିଲ୍ଲା ପରିଷଦ ସଦସ୍ୟା (ଖ), ସୁରେନ୍ଦ୍ର ଧରୁଆ, ସରପଞ୍ଚ, ଗୋକୁଳାନନ୍ଦ ବିଶ୍ଵାଳ, ସମିତି ସଭ୍ୟ, ମୋହନଗିରି, ବିଦ୍ୟାଳୟ ପରିଚାଳନା କମିଟି ସଭାନେତ୍ରୀ ଶ୍ରୀମତୀ ସେବତୀ ଭୋଇ ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ ମୁଖ୍ୟ ବକ୍ତା ଭାବେ ଡ଼. କୌତୁକ ପନ୍ଦର, ସହକାରୀ ପ୍ରଫେସର, ସରକାରୀ ମହାବିଦ୍ୟାଳୟ, ବଲାଙ୍ଗିର ଯୋଗଦେଇ ସ୍କୁଲରେ ପଢ଼ିଥିବା ଅନୁଭୂତି ବଖାଣି ଗଳ୍ପ ଛଳରେ ପିଲାମାନଙ୍କୁ ଜୀବନରେ ଶୃଙ୍ଖଳିତ ଓ ସୁମଣିଷଟିଏ ହେବାକୁ ପରାମର୍ଶ ଦେଇଥିଲେ । ଶିକ୍ଷକ ଉତ୍ତମନନ୍ଦ କହଁର ମଧ୍ୟ ପିଲାଙ୍କୁ ଭଲ ମଣିଷ ହେବାର ମହତ୍ ଇଚ୍ଛା ଜାଗୃତ ପାଇଁ ପରାମର୍ଶ ଦେଇଥିଲେ । ଶିକ୍ଷକ ଭେରିକଣ୍ଠ ପଧାନଙ୍କ ଦ୍ଵାରା ପରିଚାଳିତ ଏହି ବାର୍ଷିକୋତ୍ସବରେ ଶତାଧିକ ଛାତ୍ରଛାତ୍ରୀ ଓ ଅଭିଭାବକ ଯୋଗଦେଇ । ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀବୃନ୍ଦ ଯୋଗଦାନ କରି ସଭା ସଫଳତା କରିଥିଲେ । ଶେଷରେ ଶିକ୍ଷକ ବିମଳ ମୁନା ଧନ୍ୟବାଦ୍ ଦେଇଥିବା ବେଳେ ସଭାପତି ଉତ୍ସବ ସାଙ୍ଗ କରିଥିଲେ ।

jay balangir
Leave A Reply

Your email address will not be published.

5 × four =