ମର୍ମନ୍ତୁଦ ଦୁର୍ଘଟଣା : ୧ ମୃତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା କଳାପଥର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାବୁପାଲି କେନାଲ ଛକ ନିକଟରେ ଟ୍ରାକ୍ଟର ଧକ୍କାରେ ଘଟଣାସ୍ଥଳରେ ଜଣକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଗତକାଲି ସଂନ୍ଧ୍ୟା ସମୟରେ ବାବୁପାଲି ଗାଁର କନ୍ଦର୍ପ କୁମ୍ଭାର(୪୨) କାମ ସାରି କେନାଳ ଛକ ଆଡେ ବୁଲିବାକୁ ଆସିଥିଲେ । ସେ କେନାଳ ଛକ ନିକଟର ରାସ୍ତା ପାର୍ଶ୍ବରେ ଛିଡା ହୋଇଥିବା ବେଳେ ଉକ୍ତ ରାସ୍ତା ଦେଇ ବିଦ୍ୟୁତ କାର୍ଯ୍ୟ କରୁଥିବା ଏକ ଠିକା ସଂସ୍ଥାର ଟ୍ରାକ୍ଟର ଦୃତ ଗତିରେ ଆସୁଥିବା ବେଳେ ତାଙ୍କୁ ପଛପଟୁ ଧକ୍କା ଦେଇଥିଲା । ଧକ୍କା ଯୋଗୁଁ କନ୍ଦର୍ପ ପଡିଯିବାରୁ ତାଙ୍କ ଉପରେ ଟ୍ରାକ୍ଟର ମାଡିଯାଇଥିଲା ଫଳରେ ଘଟଣା ସ୍ଥଳରେ କନ୍ଦର୍ପଙ୍କ ମୃତ୍ୟୁ ହୋଇଲା । ଟ୍ରାକ୍ଟର ଛାଡି ଡ୍ରାଇଭର ଫେରାର ମାରିଥିବା ବେଳେ ଉକ୍ତ ଗାଡିରେ ଥିବା କିଛି ଶ୍ରମିକମାନେ ମଧ୍ୟ ଘଟଣା ସ୍ଥଳରୁ ଫେରାର ମାରିଥିଲେ । ଖବର ପାଇ ବୀରମହାରାଜପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିବା ଜଣାପଡିଛି ।

Leave A Reply

Your email address will not be published.