୭୧ତମ ଜିଲ୍ଲାସ୍ତରୀୟ ଗୋ ସମ୍ବର୍ଦ୍ଧନା ଉତ୍ସବ ପାଳନ : ଗୋପାଳକ ଚାଷୀଙ୍କୁ ଅଣଦେଖା ଅଭିଯୋଗ, ସୂଚନା ନ ପାଇବାରୁ ଚାଷୀ ଅସନ୍ତୋଷ

ସଇଁତଲା, (ପ୍ରମୋଦ କୁମାର ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଡେଙ୍ଗ ପଞ୍ଚାୟତ ବୁର୍ଡା (ଲକ୍ଷ୍ମୀପାଲି) ଗ୍ରାମ ଠାରେ ପ୍ରାଣୀ ସମ୍ପଦ ବିକାଶ ବିଭାଗ ବଲାଙ୍ଗିର ଆନୁକୂଲ୍ୟରେ ୭୧ତମ ଜିଲ୍ଲାସ୍ତରୀୟ ଗୋ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଭଗବାନ ଶ୍ରୀକୃଷ୍ଣ ଓ ଗୋମାତାଙ୍କଠାରେ ଦୀପ ପ୍ରଜ୍ୱଳନ କରି ପୂଜାର୍ଚ୍ଚନା କରାଯାଇଥିଲା । ଏହି ଉତ୍ସବରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼. ସନ୍ତୋଷ କୁମାର ସାହୁ ସଭାପତିତ୍ୱ କରିଥିବା ବେଳେ ଅତିରିକ୍ତ ପ୍ରାଣୀ ଚିକିତ୍ସାଧିକାରୀ ଲୋଇସିଂହା ଡା. ଅର୍ପିତା ସ୍ୱାଇଁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଏହି ଉସବରେ ମୁଖ୍ୟ ଅତିଥି ରୂପେ ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ, ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା, ବଲାଙ୍ଗିର ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବକୀ ସାହୁ, ଟିଟିଲାଗଡ଼ ଉପଜିଲ୍ଲାପାଳ ମନୋଜ ମହାଜନ ଓ ଡେଙ୍ଗ ସରପଞ୍ଚ ଇତିଶ୍ରୀ ସାହୁ ପ୍ରମୁଖ ଯୋଗଦାନ କରି ରାଜ୍ୟ ସରକାରଙ୍କ ବିଭିନ୍ନ ଗୋ କଲ୍ୟାଣକାରୀ ଯୋଜନାଗୁଡିକ ଉପରେ ଗୁରୁତ୍ୱରୋପ କରି ସମସ୍ତ ଗୋପାଳନ ଚାଷୀଙ୍କୁ ଏହି ସବୁ ଯୋଜନାରେ ଅନ୍ତର୍ଭୁକ୍ତ କରି ସରକାରୀ ରିହାତିରେ ସୁବିଧା ଲାଭ କରିବାକୁ ଅନୁରୋଧ କରିଥିଲେ ଓ ବଲାଙ୍ଗିର ଜିଲ୍ଲାର ପ୍ରାଣୀ ସମ୍ପଦ ବିକାଶ ବିଭାଗ ଦ୍ୱାରା ଅନୁମୋଦିତ ବିଭିନ୍ନ ଯୋଜନା ଗୁଡିକର କିପରି ସଫଳ ରୂପାୟନ ହୋଇପାରିବ ସେ ନେଇ ଆଲୋଚନା କରିଥିଲେ । ଏହି ଜିଲ୍ଲାସ୍ତରୀୟ ଗୋ ସମ୍ବର୍ଦ୍ଧନା ଉତ୍ସବରେ ସଇଁତଲା ବ୍ଲକ ତଥା ଅଞ୍ଚଳର ଚାଷୀମାନଙ୍କୁ ଅଣଦେଖା କରିବା ସହିତ କୌଣସି ସୂଚନା ନ ଦେବାରୁ ଅସନ୍ତୋଷ ଦେଖା ଦେଇଥିଲା । ଯାହାଫଳରେ ସରକାରଙ୍କ ଯୋଜନା ଗୋପାଳକ ଚାଷୀଗୁଡିକ ବାଦ ପଡୁଥିବାରୁ ନାମକୁ ମାତ୍ର ଚାଲିଛି ଜିଲ୍ଲାସ୍ତରୀୟ ଗୋ ସମ୍ବର୍ଦ୍ଧନା ଉତ୍ସବ ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି । ପରେ ସଇଁତଲା ବ୍ଲକର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଷ୍ଟଲ କରାଯାଇ ଉତ୍ପାଦିତ ବିଭିନ୍ନ ଉତ୍ପାଦନକୁ ପ୍ରଦର୍ଶିତ କରିଥିଲେ । ପରେ ଗୋପାଳନ ବୈଜ୍ଞାନିକ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା । ଏଥିରେ କେବିକେ ବୈଜ୍ଞାନିକ କୃଷି ବିଜ୍ଞାନ କେନ୍ଦ୍ରର ଡ. ତପନ କୁମାର ପଳେଇ, ଡ଼. ଅନିରୁଦ୍ଧ ବିଶ୍ୱାଳ, ଡ. ସୁବାଶିଷ ସାମନ୍ତ, ଡ଼. ଆଲୋକ ନାଏକ ଓ ଡ. ପରମାନନ୍ଦ ସେଠ ଉପସ୍ଥିତ ରହି ଗୋପାଳନ ଦ୍ୱାରା ଚାଷୀମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ପ୍ରଦାନ କରିବା ସହ ଗୋ ପାଳନ ଉପରେ ଚାଷୀମାନଙ୍କୁ ସଚେତନତା କରିଥିଲେ । ଶେଷରେ ଉପଖଣ୍ଡ ଚିକିତ୍ସାଧିକାରୀ ପ୍ରସନ୍ନ ନାୟକ ଧନ୍ୟବାଦ ପ୍ରଦାନ କରିଥିଲେ । ଏଥିରେ ସଇଁତଲା ବିଡ଼ିଓ ଚନ୍ଦ୍ରମଣି ନାଗ, ତହସିଲଦାର ମାନସନ ଫିଲ କେରକେଟା, ସିଡିପିଓ ସବିତା ଦାଶ, ବେଲପଡା ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ଆନନ୍ଦ ସାଗର ସେଠ, ପାଟଣାଗଡ଼ ଡ.ଅନିଲ ମେହେର, ପୁଇଁନ୍ତଲା ଡ. ସଞ୍ଜୟ ମହାକୁଡ଼, ସଇଁତଲା ଡ.ବବିତା ପାତ୍ର, ଡ. ମୁକେଶ ଶବର, ଡ. ଅଞ୍ଜନ ମଲ୍ଲିକ, ବେଲଗାଁ ଡ. ପ୍ରିତିମଞ୍ଜରୀ ନାୟକ, ବଲାଙ୍ଗିର ଡା.ଦେବସ୍ମିତା ଦେବତା, ସିନ୍ଧେକେଲା ଡା. ସୁପ୍ରଭା ସେଠି, ଟିଟିଲାଗଡ଼ ଡା. ମଞ୍ଜୁଲତା ବାଗ, ହରିସ ମାଥୁର, କଣ୍ଟାବାଞ୍ଜି ଡା. ଅଞ୍ଜଳି ପ୍ରଧାନ, ତୁରେକେଲା ଡା. ଅବିନାଶ ପ୍ରଧାନ, ବଙ୍ଗୋମୁଣ୍ଡା ଡା. ସନ୍ୟାସୀ ଶତପଥି ଓ ଦେଓଗାଁ ଡା. ଚନ୍ଦ୍ରମଣି ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.