oom

କେନ୍ଦୁଘାଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସମ୍ୱର୍ଦ୍ଧନା ଉତ୍ସବ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ଗୁରୁଣ୍ଡିଆ ବ୍ଲକ ଅନ୍ତର୍ଗତ କେନ୍ଦୁଘାଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ଏକ ସମ୍ୱର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗତକାଲି କୁଚେଇତା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି” ରେ ଭାଗ ନେଇ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁଷ୍ପଗୁଛ ଓ ମାନପତ୍ର ଦେଇ ସମ୍ୱର୍ଦ୍ଧିତ କରାଯାଇଥିବା ବେଳେ ସେମାନଙ୍କୁ ଉତ୍ସାହିତ କରାଯାଇଥିଲା । ତା’ସହିତ ଏହି ଅବସରରେ ଅନୁଷ୍ଠିତ ସଭାରେ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଶାନ୍ତନୁ କୁସୁମ ଦେଶର କୋଣ ଅନୁକୋଣରେ ଅନେକ ପ୍ରତିଭା ଉପଯୁକ୍ତ ସୁଯୋଗ ଆଉ ପ୍ରୋତ୍ସାହନର ଅଭାବରୁ ଲୋକଲୋଚନକୁ ଆସିନପାରି କିଭଳି ଲୁଚିକି ରହି ଯାଉଛନ୍ତି ସେ ସମ୍ୱନ୍ଧରେ ବିସ୍ତୃତ ଭାବରେ ଆଲୋଚନା କରିଥିବା ବେଳେ ବଣ ମଲ୍ଲି ଭଳି ସେମାନଙ୍କ ସୁଗନ୍ଧ ପ୍ରସ୍ଫୁଟିତ ହୋଇନପାରି ବଣରେ ହିଁ କିଭଳି ମଉଳି ଯାଉଛି ସେ ସମ୍ୱନ୍ଧରେ ଆଲୋଚନା କରିଥିଲେ । ତା’ସହିତ ନିଜ ନିଜ ଭିତରେ ରହିଥିବା ସୁପ୍ତ ପ୍ରତିଭାକୁ ବିକଶିତ କରି ଭବିଷ୍ୟତରେ ଜଣେ ଜଣେ ସଫଳ ମଣିଷ ରୂପେ ଛିଡା ହେବାକୁ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଶ୍ରୀ କୁସୁମ ଆହ୍ୱାନ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ସହକାରୀ ଶିକ୍ଷକ ଖଗପତି ପ୍ରଧାନ ଏବଂ ସୁଗାଡ଼ ଉମ୍ବଲ ବାଗେ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.