oom

ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା

jsmm

କଳାହାଣ୍ଡି, (ନରୋତ୍ତମ ସେଲମା) : ରାଜ୍ୟ ସରକାରଙ୍କ ଜନ ହିତକର ଯୋଜନା ଗୁଡ଼ିକ ବିଷୟରେ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଗାନ୍ଧୀ ଜୟନ୍ତୀ ଠାରୁ ରାଜ୍ୟବ୍ୟାପି ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଯାଇଛି । ଏହି ଅବସରରେ ମଙ୍ଗଳବାର କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଜିଲ୍ଲା ପରିଷଦ ‘ଖ’ ଜୋନର ବିଭିନ୍ନ ଅଞ୍ଚଳରେ ବିଜୁ ଜନତା ଦଳ ପକ୍ଷରୁ ପଦଯାତ୍ରା ଆରମ୍ଭ ହୋଇଯାଇଛି । ଏଥିରେ ନର୍ଲା ନିର୍ବାଚନ ମଣ୍ଡଳୀ ବିଧାୟକ ଭୂପିନ୍ଦର ସିଂ, କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ରାଜ୍ୟ ପରିଷଦ ସଦସ୍ୟ ଜାକିର ହୁସେନ, କର୍ଲାମୁଣ୍ଡା ବ୍ଲକ ଅଧ୍ୟକ୍ଷା କୁନି ସାହୁ, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ସାହୁ, ବ୍ଲକ ବିଜେଡ଼ି ଯୁବ ସଭାପତି ସଙ୍ଗୀତ ଭୋଇ, ଜିଲ୍ଲା ଛାତ୍ର ବିଜେଡ଼ି ସଭାପତି ଅଜିତ କୁମାର ସାହୁ, ବ୍ଲକ ଛାତ୍ର ବିଜେଡ଼ି ସଭାପତି ସଲିମ ଶେଖର ରଣା, ରିଷିଡା ସରପଞ୍ଚ ତଥା ରାଜ୍ୟ ମହିଳା ବିଜେଡ଼ି କାର୍ଯ୍ୟକାରିଣୀ ସଦସ୍ୟ ସେବତୀ ରଣା, ବ୍ଲକ ବିଜେଡି ମହିଳା ସଭାନେତ୍ରୀ ରିତୁରାଣୀ ନାଗ, ବରିଷ୍ଠ ବିଜେଡ଼ି ନେତା ନିବାସ ମିଶ୍ର ପ୍ରମୁଖ ଯୋଗ ଦେଇ ବିଭିନ୍ନ ଗାଁକୁ ପହଞ୍ଚି ଲୋକଙ୍କୁ ସରକାରଙ୍କ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜେଡି କର୍ମୀ ଦୀନବନ୍ଧୁ ସାହୁ, ବିରଞ୍ଚି ରଣା, କୈଳାସ ପରିଡ଼ା, ପିଣ୍ଟୁ ରଣା, ତ୍ରିସଙ୍କ ରଣା, ଡୋଳା ମଣି ସାହୁ, ଲକ୍ଷ୍ମୀ ପ୍ରସାଦ ସାହୁ, ଦେବରାଜ ରଣା, ସୀମାଞ୍ଚଳ ଭୋଇ, ରବୀନ୍ଦ୍ର ଭୋଇ, ଦେବେନ୍ଦ୍ର କୁମାରଙ୍କ ସମେତ ଅନେକ ବିଜେଡ଼ି କର୍ମୀ ନେତାମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.