ସଦେଇପାଲିରେ ପରିବା ବିକାଳୀଙ୍କଠାରୁ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଦୁର୍ବୃତ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ସଦେଇପାଲିରେ ପରିବା ବିକାଳୀଙ୍କଠାରୁ ମାରଣାସ୍ତ୍ର ଦେଖାଇ ଦୁଇ ଜଣ ଦୁର୍ବୃତ୍ତ ଲୁଟ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଲୁଟର ଶିକାର ହୋଇଥିବା ପରିବା ବିକାଳୀ ଜଣକ କନ୍ଦାଜୁରୀର ମୁରଳୀ ପଧାନ ବୋଲି ଜଣାପଡିଛି । ସୂଚନା ଅନୁସାରେ, କନ୍ଦାଜୁରୀ ଗ୍ରାମର ପରିବା ବିକାଳୀ ମୁରଳୀ ପଧାନ ଚନ୍ଦନଭାଟି ବଜାରରୁ ପରିବା କିଣି ବଲାଙ୍ଗିରକୁ ବିକିବା ପାଇଁ ଆସୁଥିଲେ । ତେବେ ସ୍ଥାନୀୟ ସଦେଇପାଲିଠାରେ ତାଙ୍କୁ ଦୁଇ ଜଣ ଦୁର୍ବୃତ୍ତ ଅଟକାଇବା ସହ ମାରଣାସ୍ତ୍ର ଦେଖାଇ ମୋବାଇଲ ଓ ଟଙ୍କା ଲୁଟି ନେଉଥବା ବେଳେ ଘଟଣାସ୍ଥଳରେ ଜୋର୍‌ରେ ଚିତ୍କାର କରିଥିଲେ ମୁରଳୀ । ଫଳରେ ଦୁଇ ଜଣ ଦୁର୍ବୃତ୍ତଙ୍କ ମଧ୍ୟରୁ ଜଣଙ୍କୁ କାବୁ କରିବାରେ ସଫଳ ହୋଇଥିବା ବେଳେ ଅନ୍ୟ ଜଣେ ଦୁର୍ବୃତ୍ତ ମୋବାଇଲ ଓ ଟଙ୍କା ନେଇ ଫେରାର୍‌ ମାରିଥଲା । ଏହି ଖବର ପାଇ ସଦର ପୋଲିସ ଘଟଣାସ୍ଥଳରେ ପହଂଚି ଛାନ୍‌ଭିନ୍‌ ଆରମ୍ଭ କରିଥିବା ଜଣାପଡିଛି ।

Leave A Reply

Your email address will not be published.

twelve + 9 =