oom

ପାଟଣାଗଡ ବିଧାନସଭାର କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ପାଟଣାଗଡ ବିଧାନସଭାର କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପାଟଣାଗଡ ନିର୍ବାଚନର ପାଟଣାଗଡ ବ୍ଲକ ଇନ୍‌ଚାର୍ଜ ପ୍ରଫୁଲ୍ଲ ପଣ୍ଡା, ଖପ୍ରାଖୋଲ ବ୍ଲକ୍ ଇନଚାର୍ଜ ଦୁର୍ଗା ପ୍ରସାଦ କୁଆର, ବେଲପଡ଼ା ବ୍ଲକ ଇନ୍‌ଚାର୍ଜ ଜମ୍ବେଶ୍ୱର ନାଗ, ଯୁବା ନେତା ଉତ୍ତମ ମହାନନ୍ଦ, ଶଶିକାନ୍ତ ଦଣ୍ଡସେନା ଆଦିଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ସମ୍ମିଳନୀରେ ବଲାଙ୍ଗିରରୁ ଆପ୍ ଜିଲ୍ଲା ସଭାପତି ତଥା ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଆଶିଷ ପାଣ୍ଡେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ଏବଂ ପାଟଣାଗଡ ପ୍ରଭାରି ସୁରଥ ବେହେରା, ବଲାଙ୍ଗିରରୁ ସଦାଶିବ ମେହେର, କାହ୍ନୁ କରନ, ବନିତା ପଧାନ ଏବଂ ବରଗଡରୁ ପୁଳସ୍ତିଆ ସା ଆଦି ଉପସ୍ଥିତ ଥିଲେ । ଆପ୍ ନେତା ଶ୍ରୀ ପାଣ୍ଡେ କାର୍ଯ୍ୟକର୍ତ୍ତାମାନଙ୍କୁ ଉଦ୍‌ବୋଧନ ଦେଇଥିଲେ । କାର୍ଯ୍ୟକର୍ତ୍ତା ସମ୍ମିଳନୀ କରିବା ଆଗରୁ ପାଟଣାଗଡ ଲରମ୍ଭା ସ୍ଥିତ ଡମେନ୍ ସରେନ୍ ମନ୍ଦିର ଯାଇ ମା’ ଡମେନ୍ ସରେନଙ୍କ ଦର୍ଶନ କରି ଲରମ୍ଭାର ପରିକ୍ରମା କରି ର୍ୟୋଲି ମାଧ୍ୟମରେ ବଜାର ଛକଠାରେ କାର୍ଯ୍ୟକର୍ତ୍ତା ସମ୍ମିଳନୀ କରାଯାଇଥିଲା ।

jittmm
Leave A Reply

Your email address will not be published.