ମନାଇପାଦରେ ଆନ୍ତଃବିଦ୍ୟାଳୟ ଟୁର୍ଣ୍ଣାମେଣ୍ଟ ଓ ଛାତ୍ରଛାତ୍ରୀଙ୍କୁ ଫୁଟବଲ ବିତରଣ ଉତ୍ସବ ଅନୁଷ୍ଠିତ

ପାଟଣାଗଡ, (ଗୋରେଖନାଥ ବରିହା) : ରାଜ୍ୟ ସରକାର ଶିକ୍ଷା ବିଭାଗ ପକ୍ଷରୁ ଆନ୍ତଃବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅକ୍ଟୋବର ୧୧ରୁ ୧୭ ପର୍ଯ୍ୟନ୍ତ ୧୭ୟୁ ଓମ୍ୟାନ ୱାଲର୍ଡକପ୍ ସାରା ରାଜ୍ୟରେ ବିଭିନ୍ନ ବିଦ୍ୟାଳୟ ଗୁଡିକରେ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷିରେ ଆଜି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ମଣ୍ଡୋମହୁଲ ପଞ୍ଚାୟତ ମନାଇପାଦ ଆଦିବାସୀ ହାଇସ୍କୁଲରେ ଆନ୍ତଃବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅବସରରେ ହାଇସ୍କୁଲର ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କୁ ଫୁଟବଲ ବିତରଣ କରାଯାଇଥିଲା । ସ୍କୁଲ ପରିଚାଳନା କମିଟିର ସଭାପତି ଶଙ୍କର ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିତରଣ ଉତ୍ସବରେ କମିଟି ସଦସ୍ୟ କୀର୍ତ୍ତି ସାହୁ, ଲଲିତ ମଲ୍ଲିକ, କୈଲାଶ ତାଣ୍ଡି, ତୁଲାରାମ ପୁଟେଲ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ପିଲାଙ୍କ ଶାରୀରିକ ଓ ମାନସିକ ବୃଦ୍ଧି ପାଇଁ ଖେଳକୁଦର ନିତାନ୍ତ ଆବଶ୍ୟକ ବୋଲି ପ୍ରଧାନ ଶିକ୍ଷକ ଗରୁଡ ସାମଲ ତାଙ୍କ ବକ୍ତବ୍ୟରେ କହିଥିଲେ । ଏଥିରେ ସ୍କୁଲ ପରିଚାଳନା କମିଟିର ସମସ୍ତ ସଦସ୍ୟ, ଅଭିଭାବକ, ଶିକ୍ଷକ, ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

20 − 8 =