oom

ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ

jsmm

ଡେଲାଙ୍ଗ, (ଦିଲ୍ଲିପ କୁମାର ଧାଉଡିଆ) : ଆଜି ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳନ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆସୋସିଏସନ୍ ଫର ଭଲୟୁନଟାରୀ ଆକସନ (ଆଭା), ବରିଷ୍ଠ ନାଗରିକ ସଂଘ ଡେଲାଙ୍ଗର ମିଳିତ ଆନୁକୂଲ୍ୟରେ “ଆଭା ‘ପରିସରରେ ପାଳିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ସୁଧୀର ଚନ୍ଦ୍ର ଦାଶ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବେ ଡେଲାଙ୍ଗ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିଲ୍ଲୀପ କୁମାର ଷଡଙ୍ଗୀ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ପ୍ରଫେସର ପ୍ରସାଦ ଦାଶ, ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ସନ୍ତୋଷ କୁମାର ତ୍ରିପାଠୀ, ଅବସରପ୍ରାପ୍ତ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦେବେନ ଦାଶ, ସତ୍ୟବାଦୀ ବିକାଶ ମଞ୍ଚର ସଭାପତି ଆଡଭୋକେଟ ଗୁଣ୍ଡିଚି ବରାଳ, ବରିଷ୍ଠ ନାଗରିକ ସଂଘର ସଂପାଦକ ସମାଜସେବୀ ଡକ୍ଟର କ୍ଷେତ୍ରବାସୀ ପ୍ରଧାନ, ଆଭା ସଂପାଦକ ଦୁର୍ଯ୍ୟୋଧନ ପରିଡ଼ା, ସହ -ସମ୍ପାଦକ ବାଲୁଙ୍କେଶ୍ୱର ପରିଡ଼ା, ସଭ୍ୟ ରାଜକିଶୋର ପରିଡ଼ା, ରାଜେନ୍ଦ୍ର ପ୍ରସାଦ ରଥ ଯୋଗ ଦେଇ ବରିଷ୍ଠ ନାଗରିକମାନଙ୍କ ସମସ୍ୟା ସମାଧାନ ପାଇଁ ଆଇନ ସହାୟତା ସଂପର୍କରେ ଆଲୋଚନା କରିଥିଲେ । ଆଭାର ସମସ୍ତ କର୍ମଚାରୀ ସଭା ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ସମାଜସେବୀ ଡକ୍ଟର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.