ମଦନପୁରଠାରେ ମା’ ପାଟଖଣ୍ଡାଙ୍କ ଛତର ଯାତ୍ରା

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ମଦନପୁର ଗଡତଳ ପୀଠଠାରେ ମା’ ପାଟଖଣ୍ଡାଙ୍କ ଛତର ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ମଦନପୁର ରାମପୁର ରାଜ ପରିବାରର ବୁଧେନ୍ଦ୍ର ସିଙ୍ଗଦେଓ, ଭୁବନ ସିଙ୍ଗଦେଓ, ମହେନ୍ଦ୍ରାଦିତ୍ୟ ସିଙ୍ଗଦେଓ, ନୀଳମାଧବ ସିଙ୍ଗଦେଓ ତଥା ପରିବାରର ମା’ମାନେ ସମାଜସେବୀ ବିକାଶ ରଞ୍ଜନ ସିଙ୍ଗଦେଓ ପୂଜାର୍ଚନରେ ସାମିଲ ଥିଲେ । ମୁଖ୍ୟ ପୂଜକ ମନୁ ଦେହେରି ଓ ପରିବାର, ମା’ ପାଟଖଣ୍ଡାଙ୍କ ସେବକ ଲଖିଆ ମହାନନ୍ଦ ଓ ସପରିବାର ପୂଜାର୍ଚ୍ଚନା ସୂଚାରୁ ରୂପେ ପରିଚାଳନା କରିଥିଲେ । ଏହି ଛତର ଉତ୍ସବ ଶତାଧିକ ଭକ୍ତମାନେ ଉପସ୍ଥିତ ରହି କୃପା ଭିକ୍ଷା କରିଥିଲେ ।

Leave A Reply

Your email address will not be published.

17 − 14 =