ବ୍ରାହ୍ମଣ ଟିକିରା ଦୁର୍ଗାପୂଜା ପାଇଁ କଳସ ଶୋଭାଯାତ୍ରା

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ରେଶମ ବ୍ରାହ୍ମଣ ଟିକିରାଠାରେ ୪୦ତମ କଳସ ଯାତ୍ରା ଉଦ୍‌ଯାପିତ ହୋଇଯାଇଛି । କର୍ତ୍ତା ଭାବରେ ସୁବାସ ଖମାରୀ ସପତ୍ନିକ ପୂଜାରେ ବସିବା ସହିତ ୨୫୦ ଜଣଙ୍କୁ ନେଇ ଆଜି ଗ୍ରାମ ପରିକ୍ରମା କରି କଳସ ଶୋଭାଯାତ୍ରା ହୋଇଥିଲା । ପଣ୍ଡିତ ନବକୃଷ୍ଣ ରଥ ଓ ଆଲୋକ ପାଣ୍ଡା ପୂଜାକୁ ପରିଚାଳନା କରୁଛନ୍ତି । ଚାରି ଦିନ ଧରି ଏହି ଦୁର୍ଗାପୂଜା ଚାଲିବ ।

Leave A Reply

Your email address will not be published.

error: Content is protected !!