ଲଗାଣ ବର୍ଷାରେ ଭାଙ୍ଗିଲା ପୋଲ

ମୁରିବାହାଲ, (କେପିଏନ୍‌ଏସ୍‌) : ଇଚ୍ଛାପଡା ପଞ୍ଚାୟତ କତରଳଗାରୁ ମୁରିବାହାଲ ବ୍ଲକକୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ସଡକ ଯୋଜନା ରାସ୍ତାର ଏକ ପୋଲ କତରଲଗା ସାପ୍ତାହିକ ବଜାର ପାଖରେ ଭାଙ୍ଗି ଯାଇଥିବା ଜଣାପଡିଛି । ଫଳରେ ଏହି ରାସ୍ତାରେ ଭୟଭୀତ ହୋଇ ଲୋକେ ଯାତାୟାତ କରୁଛନ୍ତି । ସୂଚନା ଅନୁସାରେ ମୁଖ୍ୟତଃ କତରଲଗା ଗ୍ରାମବାସୀଙ୍କ ପାଇଁ ବର୍ଷା ଦିନେ କେବଳ ଗୋଟିଏ ରାସ୍ତା ଅଛି । ଅନ୍ୟ ରାସ୍ତାରେ ଲାନ୍ଥ ନଦୀ ପଡୁଥିବାରୁ ବର୍ଷାଦିନେ ଯାତାୟାତ କରିହୁଏ ନାହିଁ । ତେଣୁ ଅଞ୍ଚଳବାସୀ କତରଲଗାରୁ ଧୁମାଭଟା ପୋଲ ଦାବୀ କରି ଆସୁଥିଲେ । ୬ ମାସ ହେଲା ଶିଳାନ୍ୟାସ ପରେ ମଧ୍ୟ କୌଣସି ପ୍ରକାର କାମ ହୋଇ ନଥିବା ଅଭିଯୋଗ ହୋଇଛି । ପୁଣି ଏକମାତ୍ର ରାସ୍ତାରେ ଥିବା ପୋଲ ଭାଙ୍ଗି ଯାଇଥିବାରୁ ଲୋକେ ବହୁ ହଇରାଣ ହେଉଥିବା ଅଭିଯୋଗ ହେଉଛି । ଏଥିପ୍ରତି ଇଚ୍ଛାପଡା ସରପଞ୍ଚ, ବ୍ଲକ ଅଧ୍ୟକ୍ଷ, ବିଡିଓ, ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବୀ ହେଉଛି ।

Leave A Reply

Your email address will not be published.