ନାଳରୁ ନବଜାତକ ଶିଶୁ ପୁତ୍ର ଉଦ୍ଧାର

ଯାଜପୁର : ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ଉଦୟପୁର ଗାଁରେ ଏକ ନାଳରୁ ନବଜାତକ ଶିଶୁ ପୁତ୍ର ଉଦ୍ଧାର ହୋଇଥିବା ଜଣାପଡିଛି । ସୂଚନାନୁଯାୟୀ, ସୁକିନ୍ଦା ବ୍ଲକ ଅନ୍ତର୍ଗତ ଉଦୟପୁର ଗାଁରେ ଆଜି ସକାଳ ସମୟରେ କିଛି ମହିଳା ସେହିବାଟ ଦେଇ ଯାଉଥିବା ବେଳେ ଶିଶୁଟି ନାଳରେ ପଡିଥିବା ଦେଖିଥିଲେ । ମହିଳାମାନେ ଶିଶୁଟିକୁ ଉଦ୍ଧାର କରିଥିଲେ । ବର୍ତ୍ତମାନ ଶିଶୁଟି ସୁସ୍ଥ ଅଛି । ତେବେ ଏହି ଶିଶୁଟି କାହାର ଏବଂ କିଏ ଏଭଳି ଅବସ୍ଥାରେ ତାକୁ ଫୋପାଡ଼ି ଦେଇଛି ତାହା ଏଯାଏଁ ସ୍ପଷ୍ଟ ହୋଇ ନାହିଁ । ଅନ୍ୟପଟେ ନବଜାତ ଶିଶୁଟି ବର୍ତ୍ତମାନ ଗ୍ରାମବାସୀଙ୍କ ହେପାଜତରେ ଥିବା ବେଳେ ତାର ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନକୁ ଗ୍ରାମବାସୀ ନିବେଦନ କରିଛନ୍ତି ।

Leave A Reply

Your email address will not be published.