ଉଡାର ଏକ ଦିବସୀୟ ସର୍କଲ କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଉଡ଼ାର ଖେଳ ପଡ଼ିଆରେ ୧୬ରୁ କମ ବର୍ଷୀୟ ପିଲାଙ୍କୁ ନେଇ ଏକ ଦିବସୀୟ ସର୍କଲ କ୍ରିକେଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଦେଓଗାଁ, ଜରାସିଂହା, ସିନ୍ଦିରା ବାହାଲି, ଶିରାବାହାଲ, ଉଡ଼ାର ‘ଏ’, ଉଡାର୍ ବି, ବାରକାନି ଓ ଚନ୍ଦ୍ରପୁର ଦଳ ଭାଗ ନେଇଥିଲେ । ପ୍ରତିଯୋଗିତାର ଉଦ୍‌ଘାଟନୀ ଓ ଉଥ୍‌ପାନି ଉତ୍ସବରେ ମହମ୍ମଦପୁର ସ୍କୁଲର ପ୍ରଧାନ ଶିକ୍ଷକ ପ୍ରକାଶ ମହାନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ଶିରାବାହାଲର ପ୍ରଧାନ ଶିକ୍ଷକ ଆଶିଷ ବାରିକ, ବ୍ରାହ୍ମଣୀଜୋର୍ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଶିକ୍ଷା ପ୍ରଦୀପ ଛତ୍ରିଆ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଫାଇନାଲ ମ୍ୟାଚରେ ଉଡ଼ାର ବି ଦଳକୁ ହରାଇ ଉଡ଼ାର ଏ ଦଳ ଚାମ୍ପିଅନ ହୋଇଥିଲା । ପ୍ରଭାତ ମହାନନ୍ଦଙ୍କ ସଭାପତିତ୍ୱ ଏବଂ ବିଟ୍ଟୁ ନନ୍ଦଙ୍କ ସଂଯୋଜନାରେ ପୁରସ୍କାର ବିତରଣି ଉତ୍ସବ ଅନୁଷ୍ଠିତ ହୋଇଥିଲା । ଖେଳକୁ ନୀଳକଣ୍ଠ ସେଠ୍, ଶିବ ଛତ୍ରିଆ, ଠକ ନନ୍ଦ ଓ ରୂପେଶ ସାହୁ ପରିଚାଳନା କରିଥିଲେ । ସ୍କୋର ଦାୟିତ୍ଵ ଭାବେ ତନ୍ମୟ ନନ୍ଦ ଓ ବରୁଣ ନନ୍ଦ ଦାୟିତ୍ଵ ନିର୍ବାହ କରିଥିଲେ । ଫାଇନାଲ ଖେଳର ଶ୍ରେଷ୍ଠ ଖେଳାଳି ଭାବେ ଶିବୁ ପ୍ରଧାନ ଓ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ଭାବେ ଆକାଶ କୁଦେଇଙ୍କୁ ପୁରସ୍କୃତ କରାଯାଇଥିଲା । ପ୍ରତିଯୋଗିତାକୁ ପ୍ରଭାତ ମହାନନ୍ଦ, ପ୍ରିତମ ଛତ୍ରିଆ ଆୟୋଜନ କରିଥିବା ବେଳେ ଭାରତ ବହିଦାର, ବିକି ଛତ୍ରିଆ, ଦୟାନିଧି କୁମ୍ଭାର, ରଜନୀ ପ୍ରଧାନ, ପ୍ରଦୀପ ବହିଦାର ଅବହାର ମହାନନ୍ଦ, ଦିଲୀପ ନାଗ, ପ୍ରଦୀପ ପ୍ରଧାନ, ମିଲୁ ପ୍ରଧାନ, ବି ଛତ୍ରିଆ, ନାକୁ ଛତ୍ରିଆ, ସୀମିତ ଛତ୍ରିଆ, ରକି ଛତ୍ରିଆ, ଶୁଭମ ଛତ୍ରିଆ, ୟାସରାଜ୍ ଛତ୍ରିଆ, ଆକାଶ ଛତ୍ରିଆ, ରୋହନ ଛତ୍ରିଆ, ମନୋଜ ସାହୁ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.