ଗ୍ରୀଷ୍ମକାଳୀନ କରାଟେ ଶିବିର ଉଦ୍‌ଯାପିତ ଓ ପ୍ରମାଣ ପତ୍ର ବଣ୍ଟନ

ରାଉରକେଲା, (ସସ୍ମିତା ପ୍ରଧାନ) : ସିତୋ-ରିଓ କରାଟେ ଡୋ ଆସୋସିଏସନ୍ ତରଫରୁ ଗତ ମେ ମାସ ୨୦ତାରିଖରୁ ଆରମ୍ଭ ହୋଇ ୩୧ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଗ୍ରୀଷ୍ମକାଳୀନ ଶିବିର ଉଦ୍‌ଯାପିତ ହୋଇ ଏଥିରେ ପ୍ରଶିକ୍ଷଣ ଲାଭ କରିଥିବା ଶିକ୍ଷାର୍ଥୀଙ୍କୁ ପ୍ରମାଣ ପତ୍ର ବଣ୍ଟନ କରାଯାଇଥିଲା । ସେକ୍ଟର ୧୮ ସ୍ଥିତ ଇସ୍ପାତ ଗୁରୁଦ୍ୱାରା ଠାରେ ଆୟୋଜିତ ଉଦଯାପନୀ ଉତ୍ସବରେ ସାମ୍ବାଦିକ ତଥା କବି କୁଂଜବିହାରୀ ରାଉତ, ଇସ୍ପାତ ଗୁରୁଦ୍ୱାରାର ସଭାପତି ସର୍ଦ୍ଦାର ମୋହନ ସିଂ, ଗୁରୁଦ୍ୱାରା ରାଜ୍ୟ ସଂପାଦକ ଇନ୍ଦରଜିତ ସିଂ ଓ ଇସ୍ପାତ ଗୁରୁଦ୍ୱାରା ସଂପାଦକ ସର୍ଦ୍ଦାର ବଲବିନ୍ଦର ସିଂ ଅତିଥି ଭାବେ ଯୋଗଦେଇ ଥିଲେ । ଏହି ଅବସରରେ ପ୍ରଶିକ୍ଷିତ ହୋଇଥିବା ଶିକ୍ଷାର୍ଥୀମାନେ କାତା, ଫାଇଟ୍, ରୋଡ ଫାଇଟ, ଷ୍ଟିକ ଫାଇଟ୍ ଆଦି କୌଶଳ ପ୍ରଦର୍ଶନ କରିଥିଲେ । ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ କହିଲେ ଯେ ସାଂପ୍ରତିକ ସ୍ଥିତିରେ କରାଟେ ଶିଖିଲେ କେବଳ ଆତ୍ମରକ୍ଷାରେ ସାହାଯ୍ୟ କରେନାହିଁ ମାନସିକ ଓ ଶାରୀରିକ ସୁସ୍ଥ ରହିବା ସହ ଆତ୍ମବିଶ୍ୱାସ ତଥା ମନୋବଳ ବଢାଇଥାଏ । କୌଶଳ ପ୍ରଦର୍ଶନ ପରେ ଶିକ୍ଷାର୍ଥୀଙ୍କୁ ଅତିଥିମାନେ ପ୍ରମାଣ ପତ୍ର ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନାରେ ମୁଖ୍ୟ ପ୍ରଶିକ୍ଷକ ଧର୍ମେନ୍ଦ୍ର ସିଂ,କୋଚ ସୁରଜ ମହାନ୍ତି, ଇପ୍ସିତା ରାଣୀ ସାହୁ, ନାରାୟଣ ପ୍ରଧାନ, ଆନନ୍ଦ ମଲ୍ଲିକ, ଆଲୋକ ପ୍ରଧାନ, ଦେବଦତ୍ତ ମହନ୍ତ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.