ହାତୀ ଉପଦ୍ରବ : ଘର ଭାଙ୍ଗିବା ସହ ଧାନ ଚାଉଳ ଖାଇଗଲେ ହାତୀପଲ

ତେଲକୋଇ : କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ କାଳିଆହତା ଫରେଷ୍ଟ ବିଟରେ ହାତୀ ଉପଦ୍ରବ । ସୂଚନାନୁଯାୟୀ, ୧୦ଟି ହାତୀ ଥିବା ହାତୀପଲ ଗଳଦା ଗାଁରେ ପଶି ୨ଟି ଘର ଭାଙ୍ଗିବା ସହ ଧାନ ଚାଉଳ ଖାଇଯାଇଛନ୍ତି ।
ଫଳରେ ଗ୍ରାମବାସୀମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ବାରମ୍ବାର ବିଦ୍ୟୁତ୍ କାଟ ଯୋଗୁଁ ହାତୀପଲ ଗାଁ ମୁହାଁ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ତୁରନ୍ତ ଗାଁରୁ ହାତୀପଲଙ୍କୁ ଘଉଡ଼ାଇବାକୁ ଗ୍ରାମବାସୀମାନେ ଦାବୀ କରିଛନ୍ତି ।

Leave A Reply

Your email address will not be published.