p purohi

ସାମନ୍ତ ମହୋତ୍ସବ ଉଦ୍‌ଘାଟିତ

dr. purohit

ନୟାଗଡ, (କେପିଏନ୍‌ଏସ୍‌) : ନୟାଗଡ ଜିଲ୍ଲା ଖଣ୍ଡପଡ଼ା ବାଇପାସ ରାସ୍ତା ପାର୍ଶ୍ବସ୍ଥିତ ମହୋତ୍ସବ ପଡିଆରେ ପ୍ରଥମ ସାମନ୍ତ ମହୋତ୍ସବ ଶୁକ୍ରବାର ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି । ପୂର୍ବାହ୍ନରେ ଏ ପରିପ୍ରେକ୍ଷୀରେ ଏକ ମଶାଲ ଶୋଭାଯାତ୍ରା ଖଣ୍ଡପଡ଼ା ସହର ପରିକ୍ରମା କରିବା ସହ ମହୋତ୍ସବ ସ୍ଥଳରେ ସମସ୍ତଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନା କାର୍ଯ୍ୟକ୍ରମ କରାଯାଇଥିଲା । କର୍ତ୍ତା ଭାବେ ମହୋତ୍ସବ କମିଟିର ସଭାପତି ଗିରିଜା ପ୍ରସାଦ ମିଶ୍ର ଦାୟିତ୍ୱ ତୁଳାଇ ଥିବାବେଳେ ଅପରାହ୍ନରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଉଦଘାଟନୀ ସନ୍ଧ୍ୟାରେ ସାମନ୍ତ ମହୋତ୍ସବ କମିଟିର ମୂଖ୍ୟ ପୁରୋଧା ତଥା ଯୁବ ସମାଜସେବୀ ବିଧାନ ଚନ୍ଦ୍ର ପ୍ରଧାନଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବେ ଖଣ୍ଡପଡ଼ା ବିଧାୟକ ଇଂ. ଦୁଷ୍ମନ୍ତ କୁମାର ସ୍ୱାଇଁ, ସମ୍ମାନିତ ଅତିଥି ଭାବେ ଖଣ୍ତପଡା ଏନ୍‌ଏସି ଅଧକ୍ଷା ଆରତୀ ପ୍ରଧାନ, ଖଣ୍ଡପଡ଼ା ବ୍ଲକ ଅଧ୍ୟକ୍ଷା ଉପମା ବେହେରା, ଭାପୁର ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ପ୍ରଧାନ, ବରିଷ୍ଠ କାଉନସିଲର ଦିଗାମ୍ବର ମିଶ୍ର, ଯୁବ ସମାଜସେବୀ ଚିତ୍ତରଞ୍ଜନ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ମହୋତ୍ସବ କମିଟିର ସମ୍ପାଦକ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଯୁବ ସଂଗଠକ ମହେନ୍ଦ୍ର କୁମାର ବାରିକ ଓ ଉପସ୍ଥାପିକା ଦ୍ୱୟ ମଞ୍ଚରେ ସଂଯୋଜନା କରିଥିଲେ । ସିନେ କଳାକାର ଓ ସୁନାମଧନ୍ୟ କଣ୍ଠଶିଳ୍ପୀମାନେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଦର୍ଶକମାନଙ୍କ ଭରପୂର ମନରଞ୍ଜନ କରିଥିଲେ ।

nrusinghnath
Leave A Reply

Your email address will not be published.