jayashree

ସୁଜାତାଙ୍କୁ ସାକ୍ଷାତ କରି ସ୍ୱାଗତ ଜଣାଇଲେ ବିଜେଡି ନେତା ଗିରିରାଜ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ଓଡ଼ିଶା ପ୍ରଶାସନିକ ସେବା କ୍ଷେତ୍ରରେ ଜଣେ ପରିଚିତ ଏବଂ ଦକ୍ଷ ଅଧିକାରୀ ଭାବେ ପରିଚିତ ପୂର୍ବତନ ଆଇଏଏସ୍ ଅଧିକାରୀ ସୁଜାତା ରାଉତ ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳ ଯୋଗ ଦେଇଛନ୍ତି । ଏହି ଅବସରରେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳର ଯୁବନେତା ଗିରିରାଜ ସିଂ ମାଝୀଙ୍କ ନେତୃତ୍ୱରେ କଣ୍ଟାବାଞ୍ଜି ବିଜୁ ଜନତା ଦଳର ଏକ ଟିମ୍ ପୁଷ୍ପଗୁଚ୍ଛ ଦେଇ ସୁଜାତାଙ୍କୁ ସାକ୍ଷାତ କରି ସ୍ୱାଗତ କରିବା ସହ ରାଜ୍ୟର ସାମଗ୍ରୀକ ବିକାଶ ମହିଳା ସଶକ୍ତିକରଣ ଓ ସମାଜସେବା କ୍ଷେତ୍ରରେ ତାଙ୍କର ଅବଦାନ ଦଳ ପାଇଁ ଏକ ମୂଲ୍ୟବାନ ସମ୍ପଦ ସାବ୍ୟସ୍ତ ହେବ ବୋଲି ଗିରିରାଜ ସିଂ ମାଝୀ କହିଛନ୍ତି । ଏହି ଅବସରରେ ବଲାଙ୍ଗିର ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ପୂର୍ବତନ ଉପାଧ୍ୟକ୍ଷା ତଥା ବିଜେଡି ନେତ୍ରୀ ନିରୁପମା ମାଝୀ, ବିଜେଡ଼ି ନେତ୍ରୀ ପିଙ୍କି ଖର୍ସେଲ, ବିଜେଡ଼ି ନେତା ହଂସରାଜ ଜୈନ, ଆଶାଦୁଲା ଖାଁ, ଦେବରାଜ ଯାଦବଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.