ସମସ୍ତ ଶିକ୍ଷାନୁଷ୍ଠାନ ନଭେମ୍ବର ୩୦ ଯାଏଁ ବନ୍ଦ ରହିବ : ଓଡ଼ିଶା ସରକାରଙ୍କ ଘୋଷଣା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସମସ୍ତ ଶିକ୍ଷାନୁଷ୍ଠାନ ନଭେମ୍ବର ୩୦ ଯାଏଁ ବନ୍ଦ ରହିବ ବୋଲି ଓଡ଼ିଶା ସରକାର ଘୋଷଣା କରିଛନ୍ତି । ତେବେ ନଭେମ୍ବର ୧୫ ପରେ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାନୁଷ୍ଠାନ ଖୋଲିବା ଉପରେ ନିଜର ଆଦେଶନାମା ରାଜ୍ୟ ସରକାରଙ୍କ ଦ୍ୱାରା ଜାରି କରାଯାଇଛି । ତେବେ ଆଦେଶନାମାରେ କୁହାଯାଇଛି ଯେ, ଏକାଡେମିକ୍‌, କମ୍‌ପେଟେଟିଭ୍‌ ତଥା ଏନ୍‌ଣ୍ଟ୍ରାନ୍ସ୍‌ ପରୀକ୍ଷାଗୁଡ଼ିକ ଆୟୋଜନ କରାଯାଇ ପାରିବ । ଅନ୍‌ ଲାଇନ୍‌ ତଥା ଡିସ୍‌ଟାନ୍ସ ଶିକ୍ଷା ପ୍ରଦାନକୁ ଅନୁମତି ଦିଆଯାଇଥିବା ବେଳେ ଏହାକୁ ପ୍ରୋତ୍ସାହିତ କରାଯିବା ପାଇଁ ମଧ୍ୟ କୁହାଯାଇଛି । ସ୍କୁଲ ଏବଂ ମାସ୍‌ ଏଜୁକେଶନ ବିଭାଗ ତଥା ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଅନ୍‌ ଲାଇନ୍‌ ଶିକ୍ଷାଦାନ ଓ ଟେଲି କାଉନ୍‌ସେଲିଂ ଆଦି କାର୍ଯ୍ୟ ପାଇଁ ଟିଚିଂ ଏବଂ ନନ୍‌ ଟିଚିଂ କର୍ମଚାରୀଙ୍କୁ କନ୍‌ଟେନ୍‌ମେଣ୍ଟ ଜୋନ୍‌ ବାହାରେ ଥିବା ଶିକ୍ଷାନୁଷ୍ଠାନ ଗୁଡ଼ିକୁ ଆସିବା ପାଇଁ ଅନୁମତି ପ୍ରଦାନ କରାଯାଇଥିବା ବେଳେ ଶିକ୍ଷା ମନ୍ତ୍ରଣାଳୟ ଏବଂ ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟର ଗାଇଡ଼୍‌ ଲାଇନ୍‌କୁ ଅବଲମ୍ବନ କରାଯିବାକୁ କୁହାଯାଇଛି । ଗବେଷକ (ପିଏଚ୍‌.ଡ଼ି) ଏବଂ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କ ଲାବେରାଟୋରୀ ତଥା ପରୀକ୍ଷା ନିରୀକ୍ଷା କାର୍ଯ୍ୟ ପାଇଁ ଉଚ୍ଚ ଶିକ୍ଷା ଅନୁଷ୍ଠାନଗୁଡ଼ିକୁ ଅନୁମତି ପ୍ରଦାନ କରାଯାଇଛି । ସ୍କିଲ୍‌ ଏବଂ ପ୍ରୋଫେସନାଲ୍‌ ସମସ୍ତ ଟ୍ରେନିଂ କାର୍ଯ୍ୟକ୍ରମ ପାଇଁ ମଧ୍ୟ ଓଡ଼ିଶା ସରକାରଙ୍କ ଦ୍ୱାରା ଅନୁମତି ପ୍ରଦାନ କରାଯାଇଥିବା ସୂଚନା ରହିଛି ।

Leave A Reply

Your email address will not be published.