jsm

ଅସହାୟ ଶବ ସତ୍କାର କଲା ସଂକଳ୍ପ ପରିବାର

csstore

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ତଲିପଡା ୱାର୍ଡ ନମ୍ବର ୦୪ ନିବାସୀ ଜଣେ ବୃଦ୍ଧା ମହିଳା ଦୀର୍ଘ ୫୦ ବର୍ଷରୁ ଅଧିକ ହେଲା ବରଗଡ଼ ତଲିପଡା ଅଞ୍ଚଳରେ ରହି ଆସୁଥିଲେ । ତାଙ୍କର ସ୍ୱାମୀ ଦୀର୍ଘ ବର୍ଷ ପୂର୍ବରୁ ମୃତ୍ୟୁବରଣ କରିସାରିଥିବା ବେଳେ ତାଙ୍କର କୌଣସି ନିଜ ସନ୍ତାନ ନଥିଲେ । ଗତ କିଛିଦିନ ହେଲା ସେ ବାର୍ଦ୍ଧକ୍ୟ ଜନିତ କାରଣରୁ ଶଯ୍ୟାଶାୟୀ ରହିଥିଲେ । ଆଜି ସକାଳୁ ସେ ଅତ୍ୟନ୍ତ ଗୁରୁତର ଅବସ୍ଥାରେ ବିଛଣାରେ ପଡିରହିଥିବା ଖବର ସ୍ଥାନୀୟ ଲୋକଙ୍କ ଠାରୁ ପାଇବା ପରେ ସଂକଳ୍ପ ପରିବାର ସ୍ବେଛାସେବୀ ଅନୁଷ୍ଠାନର ସଦସ୍ୟ ମାନେ ତାଙ୍କୁ ଚିକିତ୍ସାଳୟକୁ ନେଇଯିବା ପାଇଁ ଆମ୍ବୁଲାନ୍ସ ଧରି ତାଙ୍କ ଘରକୁ ଯାଇଥିଲେ ମାତ୍ର ସେଠାରେ ଦେଖିବା ବେଳକୁ ଦୀର୍ଘ ସମୟ ପୂର୍ବରୁ ବୃଦ୍ଧା ମହିଳା ଜଣକ ମୃତ୍ୟବରଣ କରି ସାରିଥିଲେ ଓ ତାଙ୍କ ମୃତ ଶରୀର ବିଛଣାରେ ପଡିରହିଥିଲା । ପରେ ବରଗଡ଼ ପୋଲିସକୁ ସଂକଲ୍ପ ପରିବାରର ସଦସ୍ୟ ମାନେ ଖବର ଦେଇଥିଲେ । ବରଗଡ଼ ପୋଲିସ ଘଟଣାସ୍ଥଳକୁ ଆସି ଘଟଣାଟିର ଅନୁସନ୍ଧାନ କରିବା ପରେ ସଂକଳ୍ପ ପରିବାରକୁ ଶବ ସତ୍କାର କରିବା ପାଇଁ ଅନୁରୋଧ କରିଥିଲେ । ସଂକଳ୍ପ ପରିବାର ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ବରଗଡ଼ ଜୀରା ନଦୀକୂଳ ଶ୍ମଶାନରେ ମୃତ ଅସହାୟ ବୃଦ୍ଧାଙ୍କ ଶବ ସତ୍କାର କରାଯାଇଥିଲା ।ଏଥିରେ ସଂକଳ୍ପ ପରିବାରର ବିକାଶ ଭୋଇ, ଜି ରମେଶ, ନିଧାନ ଦନ୍ତା, ପ୍ରମୋଦ ମେହେର ପ୍ରମୁଖ ଶବ ସତ୍କାର କରିଥିବା ବେଳେ ସ୍ଥାନୀୟ ଲୋକ ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.