pakka

ଶ୍ରମିକ ସଙ୍ଘ ନିର୍ବାଚନ ଶାନ୍ତି ଶୃଙ୍ଖଳା ସହ ସମ୍ପନ୍ନ ହେଲା

bbehera

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀରେ ଶ୍ରମିକ ସଂଗଠନ ନିର୍ବାଚନ ବୁଧବାର ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଯାଇଛି । ତିନି ବର୍ଷକୁ ଥରେ ଏଠାରେ ଶ୍ରମିକ ନିର୍ବାଚନ ହୋଇାଥାଏ । ପୂର୍ବ ନିର୍ଦ୍ଧାରିତ ତାରିଖ ଅନୁଯାୟୀ ସକାଳ ୮ଟାରେ ଭୋଟ ଗ୍ରହଣ ହୋଇ ସନ୍ଧ୍ୟା ୫ଟାରେ ସରିଥିଲା । ବତ୍‌ର୍ତ୍ତମାନ କମ୍ପାନୀରେ କାର୍ଯ୍ୟରତ ୬୮ ଜଣ ଶ୍ରମିକ ମତଦାନ କରିଥିଲେ । ଚଳିତ ଶ୍ରମିକ ସଂଗଠନ ନିର୍ବାଚନରେ ତିନୋଟି ସଙ୍ଘ ନିର୍ବାଚନ ରଣାଙ୍ଗନରେ ପାର୍ଥୀ ହୋଇଛନ୍ତି । ସେ୍ୱାନେ ହେଲା ଜୟଶ୍ରୀ କେମିକାଲସ ୱାକର ୟୁନିଅନ, ଜୟଶ୍ରୀ ଏମ୍ପ୍ଲଇଜ ୟୁନିଅନ ଏବଂ ଜୟଶ୍ରୀ ଶ୍ରମିକ ସଂଗଠନ ଏହି ନିର୍ବାଚନ ଲଢୁଥିବା ଜଣାପଡିଛି । ଏଠାରେ ଜୟଶ୍ରୀ କେମିକାଲସ ୱାର୍କର ୟୁନିୟନ ପଲା ଭରିଥିବା ଚର୍ଚ୍ଚା ହେଉଛି । ଏହି ୟୁନିଅନର କାର୍ଯ୍ୟକାରୀ ସଭାପତି ଶଙ୍କର ଦାସ, ଉପସଭାପତି ବିଜୟ କୁମାର ପଳାଇ, ଯୁଗ୍ମ ସମ୍ପାଦକ ପ୍ରଶାନ୍ତ କୁମାର ଜେନା ପ୍ରମୁଖ ନିର୍ବାଚନ ସମୟରେ ଉପସ୍ଥିତ ଥିଲେ । ପ୍ରକାଶ ଯୋଗ୍ୟ ଯେ, କମ୍ପାନୀର ମୋଟ ୮୩ ଜଣ କର୍ମଚାରୀଙ୍କ ମଧ୍ୟରୁ ୧୫ ଜଣ କର୍ମଚାରୀଙ୍କ ଭୋଟରରେ ନାମ ନ ଥିବା ଯୋଗୁଁ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ସେମାନଙ୍କୁ ବାଦ୍‌ ଦିଆ ଯାଇଥିଲା । ଫଳରେ ଏହି ମାମଲା କୋର୍ଟରେ ବିଚାରାଧୀନ ରହିଛି । ଏଣୁ ନିର୍ବାଚନ ସରିଥିଲେ ମଧ୍ୟ ରେକଗନାଇଜ ୟୁନିୟନର ନାମ ଘୋଷଣା ହୋଇ ପାରି ନାହିଁ । ଆସନ୍ତା କିଛି ଦିନ ପରେ କୋର୍ଟର ନିର୍ଦ୍ଦେଶ ଆସିଲା ପରେ ଜଣାପଡିବ ଯେ ଯେଉଁ ୧୫ ଜଣ କର୍ମଚାରୀ ଭୋଟ ଦେଇ ପାରିନାହାନ୍ତି ସେମାନେ ଦେବା ଅଧିକାର ଅଛି ନା ନାହିଁ । ତା’ପରେ ଶ୍ରମ ବିଭାଗ ଏବଂ କମ୍ପାନୀ ପକ୍ଷରୁ ଘୋଷଣା କରାଯିବ । ନିର୍ବାଚନ ଅଧିକାରୀ ଭାବେ ଜିଲ୍ଲା ଶ୍ରମାଧିକାରୀ ନରେନ୍ଦ୍ର ଗଇପାଇ ଦାୟିତ୍ୱ ତୁଳାଇ ଥିବା ବେଳେ ଜୁନିୟର ଲେବର କମିଶନର ମଦନ ମୋହନ ପାଇକ ନିରୀକ୍ଷକ ଭାବେ ଉପସ୍ଥିତ ଥିବା ଜଣାପଡ଼ିଛି ।

jay balangir
Leave A Reply

Your email address will not be published.

fifteen + 7 =

error: Content is protected !!