pakka

ସିଆର୍‌ପିଏଫ୍‌ ପକ୍ଷରୁ ବଣଭୋଜି ପାଇଁ ପାର୍ବତୀଗିରି ବାଳନିକେତନର ପିଲାମାନଙ୍କୁ ସହାୟତା ପ୍ରଦାନ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ୧୮୯ ବାଟାଲିଅନ୍ ସିଆର୍‌ପିଏଫ୍‌ କମାଣ୍ଡାଣ୍ଟ ପୱନ କୁମାର ତିୱାରୀଙ୍କ ନେତୃତ୍ୱରେ ବଣଭୋଜି ପାଇଁ ବାଲାଙ୍ଗିରର ପାର୍ବତୀଗିରି ବାଳନିକେତନ ଅନାଥ ଆଶ୍ରମର ପିଲାମାନଙ୍କୁ ଭୀମଡୁଙ୍ଗ୍‌ରୀକୁ ଯାତ୍ରା କରିବା ପାଇଁ ଯାନର ସହାୟତା ପ୍ରଦାନ କରାଯାଇଛି । ଏହି ଅବସରରେ ଇନ୍ସପେକ୍ଟର ସାନ୍ତୋଷ କୁମାର, ସବ୍ ଇନ୍ସପେକ୍ଟର ସମରଜିତ ସିଂ ଏବଂ ଏଏସ୍‌ଆଇ ବଳଦେବ ମଧ୍ୟ ଉପସ୍ଥିତ ଥିଲେ । ସମସ୍ତ ପର୍ବପର୍ବାଣୀ ସମୟରେ ସିଆର୍‌ପିଏଫ୍‌ ଦ୍ୱାରା ବାଳନିକେତନର ପିଲାମାନଙ୍କୁ ଏହି ସୁବିଧା ଯୋଗାଇ ଦିଆଯିବ ବୋଲି ସିଆର୍‌ପିଏଫ୍‌ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.

1 × 2 =