
ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ରେ ରାସ୍ତା ନିର୍ମାଣକୁ ନେଇ ଉଠିଲା ପ୍ରଶ୍ନ । ଗାର୍ଡ ୱାଲ୍ ନିର୍ମାଣ ବଦଳରେ ବାଲି ବସ୍ତା ଉପରେ ଭରସା କରୁଛି ଠିକା ସଂସ୍ଥା । ବରଗଡ଼ ପୂର୍ତ୍ତ ବିଭାଗ ଅଧୀନରେ ଚାଲିଥିବା ରାସ୍ତା ନିର୍ମାଣ କାମରେ ଏଭଳି ଚିତ୍ର ସାମ୍ନାକୁ ଆସିଛି । ରାସ୍ତା କଡ଼ରେ ଗାର୍ଡ ୱାଲ୍ ନିର୍ମାଣ କରିବା ପରିବର୍ତ୍ତେ ବାଲି ବସ୍ତା ରଖାଯାଇଥିବା ଦେଖିବାକୁ ମିଳିଛି । ଆଉ ଏ ଚିତ୍ର ହେଉଛି ବରଗଡ଼ ବ୍ଲକ ଯମୁର୍ଡା, ସରଳା, ବନ୍ଦା ଅଞ୍ଚଳର । ଏହାକୁ ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିବା ସହ ଠିକା ସଂସ୍ଥାର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି । ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ଏଭଳି ନିର୍ମାଣ କାମକୁ ଅନୁମତି ଦେଲା କିଏ ? ଏହାର ତଦାରଖ କରୁଥିବା ଯନ୍ତ୍ରୀ ଓ ବିଭାଗୀୟ ଅଧିକାରୀମାନେ କ’ଣ ଏସବୁ ଦେଖିପାରୁ ନାହାନ୍ତି ? ତେବେ ଏହି ନିର୍ମାଣ କାମର ଗୁଣବତ୍ତା ଓ ବାଲି ବସ୍ତା ବ୍ୟବହାରର କାରଣ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସ୍ପଷ୍ଟୀକରଣ ମିଳିପାରିନାହିଁ । ବରଗଡ଼କୁ କ’ଣ ଗାର୍ଡ ୱାଲ୍ ବଦଳରେ ବାଲି ବସ୍ତା ହିଁ ଭରସା ? ଏବେ ଚର୍ଚ୍ଚାରେ ।