pakka

କଂସ ମହାରାଜାଙ୍କ ରଂଗ ମହଲ ଦରବାର ଉଦ୍‌ଘାଟିତ

bbehera

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଧନୁଯାତ୍ରା ମହୋତ୍ସବ ହୀରକ ଜୟନ୍ତୀର ଦ୍ୱିତୀୟ ଦିବସରେ ମହାରାଜା କଂସଙ୍କ ରଂଗ ମହଲ ଦରବାରକୁ ଜିଲ୍ଲାପାଳ ତଥା ଧନୁଯାତ୍ରା ମହୋତ୍ସବ ସମିତିର ସଭାନେତ୍ରୀ ମନୀଷା ବାନାର୍ଜୀ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ଆସନ୍ତା ୧୦ ଦିନ ଧରି ଏହି ମଞ୍ଚରେ ଲୋକକଳାର ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କ ମନୋରଂଜନ କରିପାରିବ ବୋଲି କହିଥିଲେ । ଉଦ୍‌ଘାଟନୀ ଉତ୍ସବରେ ବରଗଡ଼ ସାଂସଦ ସୁରେଶ ପୂଜାରୀ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ, କୃତି ବାସ ରାଉତ, ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ କଳ୍ପନା ମାଝୀ ପ୍ରମୁଖ ମଞ୍ଚାସୀନ ଥିଲେ । ପ୍ରାରମ୍ଭରେ ପଣ୍ଡିତମାନଙ୍କର ମନ୍ତ୍ର ପାଠ ସହ ଅତିଥିମାନେ ମଞ୍ଚକୁ ଉଦ୍‌ଘାଟନ କରିଥିଲେ । ଧନୁଯାତ୍ରା ମହୋତ୍ସବ ସମିତିର ଆବାହକ ସୁରେଶ୍ଵର ଶତପଥୀଙ୍କ ଅଧ୍ୟକ୍ଷତାରେ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଶେଷରେ ରଂଗ ମହଲର ଆବାହକ କିଶୋର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

11 − six =