jsm

ପୁରୀରୁ ମ.ରାମପୁରର ନାବାଳକକୁ ଉଦ୍ଧାର କଲେ ସମାଜସେବୀ ସତ୍ୟ ସାହୁ

csstore

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ କଲେଜ କଲୋନୀର ଜୈନେକ ନାବାଳକ ପୁରୀକୁ ରଥଯାତ୍ରା ଦେଖିବାକୁ ଯାଇ ଫସି ଥିବାବେଳେ ପୁରୀ ରେଳୱାଇ ଷ୍ଟେସନରେ ଥିବା ଚାଇଲଡ଼ ହେଲ୍ପ ଲାଇନ ଦ୍ୱାରା ଉଦ୍ଧାର ହୋଇ ଅଟକ ରହିଥିଲେ । ମଦନପୁର ରାମପୁର ସଦର ପଞ୍ଚାୟତ ସରପଞ୍ଚଙ୍କ ସ୍ୱାମୀ ତଥା ସମାଜସେବୀ ଏ ବିଷୟରେ ଖବର ପାଇବା ପରେ ପୁରୀ ରେଳ ଷ୍ଟେସନ ଚାଇଲଡ଼ ହେଲ୍ପ ଲାଇନକୁ ଯାଇ ନାବାଳକଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରି ନିଜ ସହିତ ରଖି ଥିବା ଜଣାପଡ଼ିଛି । ସୂଚନାରୁ ପ୍ରକାଶ ଯେ, ମଦନପୁର ରାମପୁର ଥାନା ଅନ୍ତର୍ଗତ କଲେଜ ପଡାର ସୋମ ବାରୀ ସ୍ୱାଇଁଙ୍କ ନାବାଳକ ପୁଅ ବିଷ୍ଣୁ ମାଳି(୧୬) ପୁରୀକୁ ରଥଯାତ୍ରା ଦେଖିବାକୁ ଯାଇଥିଲେ । ପିଲାଟି ନାବାଳକ ହୋଇଥିବାରୁ ଓ ସାଙ୍ଗରେ କେହି ଆତ୍ମୀୟ ସ୍ଵଜନ ଆସି ନଥିବାରୁ ଚାଇଲଡ଼ ଲାଇନ ହେଲ୍ପ ଡେସ୍କରେ ଅଟକ ହୋଇ ରହିଥିଲେ । ନାବାଳକ ଜଣକ ନିଜ ପରିଚୟ ଦେବାପରେ ସମାଜସେବୀ ସତ୍ୟ ସାହୁ ଖବର ପାଇ ପୁରୀରେ ଫସି ରହିଥିବା ନାବାଳକକୁ ଉଦ୍ଧାର ପାଇଁ ଶ୍ରୀ ସାହୁ ଭୁବନେଶ୍ୱରରୁ ପୁରୀକୁ ଯାଇ ଚାଇଲଡ଼ ହେଲ୍ପ ଲାଇନଠାରେ ନିଜ ପରିଚୟ ପତ୍ର ଜମା ଦେଇ ନିଜ ଦାୟିତ୍ୱରେ ପୁରୀରୁ ଉଦ୍ଧାର କରି ନିଜ ସହିତ ରଖିଛନ୍ତି ଏବଂ ମ.ରାମପୁର ଅଭିମୁଖେ ଆସୁଥିବା କହିଛନ୍ତି । ସମାଜସେବୀ ଶ୍ରୀ ସାହୁଙ୍କ ସହିତ ବ୍ୟବସାୟୀ ମଳୟ ରଞ୍ଜନ ମିଶ୍ର ମଧ୍ୟ ଏହି ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ । ଉଭୟଙ୍କ ଏହି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

yuvodaya
Leave A Reply

Your email address will not be published.