ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ୍‌ ଚିକିତ୍ସାଳୟମାନଙ୍କରେ ୨୪X୭ ସହାୟତା କେନ୍ଦ୍ର ଆରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ୍‌ ଚିକିତ୍ସାଳୟମାନଙ୍କରେ ୨୪X୭ ସହାୟତା କେନ୍ଦ୍ର ଆରମ୍ଭ କରାଯାଇଛି । ତେବେ କରୋନା ରୋଗୀଙ୍କ ପରିବାର ବର୍ଗ ଫୋନ୍‌ ଯୋଗେ ସଂପୃକ୍ତ ରୋଗୀଙ୍କର ସବିଶେଷ ସ୍ଥିତି ବୁଝିବା ପାଇଁ ଏହି ସୁଯୋଗ ସୃଷ୍ଟି କରାଯାଇଥିବା କୁହାଯାଇଛି । କୋଭିଡ୍‌ ହସ୍‌ପିଟାଲ, ବଲାଙ୍ଗିର ପାଇଁ ମୋବାଇଲ୍‌ ନଂ.୭୮୪୬୮୯୭୩୩୪, କୋଭିଡ୍‌ କେୟାର ସେଣ୍ଟର, ବଲାଙ୍ଗିର ପାଇଁ ମୋବାଇଲ୍‌ ନଂ.୯୫୫୬୮୨୪୧୯୯, କୋଭିଡ୍‌ କେୟାର ସେଣ୍ଟର, ଟିଟିଲାଗଡ଼ ପାଇଁ ମୋବାଇଲ୍‌ ନଂ.୮୧୧୭୯୮୯୪୯୪ ଏବଂ ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍‌ପିଟାଲ୍‌, ବଲାଙ୍ଗିର (ଆଇସିୟୁ/ଏଚ୍‌ଡିୟୁ/ୱାର୍ଡ) ପାଇଁ ମୋବାଇଲ୍‌ ନଂ.୮୪୮୦୬୪୩୧୬୭ ।

Leave A Reply

Your email address will not be published.