csstore

କୁତମୁଣ୍ଡା ଗ୍ରାମରେ ସଫେଇ କାର୍ଯ୍ୟକ୍ରମ

ପାଟଣାଗଡ଼, (ପୁସ୍ତମ ଯୁଆଡି) : ଆଜି ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ଅନ୍ତର୍ଗତ କୁତମୁଣ୍ଡା ଗ୍ରାମରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ‘ଭାଇ ଜିଉଁତିଆ’କୁ ଆଖି ଆଗରେ ରଖି ଗ୍ରାମର ରାସ୍ତାକଡରେ ଲୋକେ ଫିଙ୍ଗିଥିବା ଅଳିଆ ଆବର୍ଜନା ଜମା ହେଉଥିବାରୁ ବିଭିନ୍ନ ପ୍ରକାରର ରୋଗ ମଧ୍ୟ ହେଉଥିଲା, ତେଣୁ ସ୍ୱେଚ୍ଛାସେବୀ ସଂଗଠନ କୁତମୁଣ୍ଡାର ସମ୍ପାଦକ ଭେଲାରାମ କୁମ୍ଭାରଙ୍କ ଆହ୍ୱାନରେ ଏକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ସଞ୍ଜୀବ ମେହେର, ପ୍ରହଲ୍ଲାଦ କୁମ୍ଭାର, ରବି ନାଗ, ପ୍ରଶାନ୍ତ ସାହୁ, ଶିବ ପଟେଲ, ଅକ୍ଷୟ ନାଗ, ଶିବା ମୁଣ୍ଡା, କୁଞ୍ଜବନ ରଣା, ପରାଧୀନ ଦେହେରୀ, ପ୍ରଦୀପ ରଣା, ପ୍ରହଲ୍ଲାଦ ଚନ୍ଦନ, ନରେଶ ଛତର, ଗୋବିନ୍ଦା ଦେହେରୀ, ସ୍ୱାଧିନ ଦେହେରୀ, ଭଜନାଥ ଖୁଟୁଲା, ପୁଟି ପୁଟେଲ, ଆଲୋକ ଦେହେରୀ, ଚିତ ସାମାନେ ଯୋଗଦେଇ ସଫେଇ କାର୍ଯ୍ୟକ୍ରମ କରିଥିଲେ ।

jayashree
Leave A Reply

Your email address will not be published.