
ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସଦର ସିନାପାଲି ରତାଖଣି ଖେଳପଡିଆଠାରେ ଆମ ଓଡିଶା ନବୀନ ଓଡିଶା ପଞ୍ଚାୟତସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ସିନାପାଲି ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ସୁନୀତା ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସିନାପାଲି ବ୍ଲକ୍ ଉପାଧ୍ୟକ୍ଷା ଶ୍ରୀମତୀ ମୀନା ଘୀଭେଲା ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଦସ୍ୟା ଶ୍ରୀମତୀ ମନ୍ଦାକିନୀ ବଘେଲ ସମିତି ସଂଘ ସଭାପତି ମନୀଷ କୁମାର ପଟେଲ, ନାଏବ ସରପଞ୍ଚ କାନ୍ତ ମେହେର, ସିନାପାଲି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଭୀଷ୍ମରାଜ ମେହେର, ୧୪ନଂ ଜୋନ ଜିଲ୍ଲାପରିଷଦ ସଦସ୍ୟା ଶ୍ରୀମତୀ ଆଶା ଜୈନ, ୧ ନଂ ୱାର୍ଡ ମେମ୍ବର ସଭ୍ୟ ମଧୁ ମାଝି, ଲିଙ୍ଗରାଜ ଘିଭେଲା ମଞ୍ଚାସୀନ ଥିଲେ । ଏହି କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନା କରିଥିଲେ ରୂପେଶ ଚନ୍ଦ୍ର ମେହେର ।ପ୍ରଥମେ ଅତିଥିମାନେ ପ୍ରଭୁ ଜଗନ୍ନାଥଙ୍କ ଫଟୋଚିତ୍ରରେ ପୂଜା ଅର୍ଚ୍ଚନା କରିଥିଲେ । ପରେ ଆମ ଓଡିଶା ନବୀନ ଓଡିଶା ପଞ୍ଚାୟତସ୍ତରୀୟ ବିଭିନ୍ନ ବିକାଶମୂଲକ କାମ ତଥା ବାର୍ଦ୍ଧକ୍ୟ ଭତ୍ତାରେ ବୃଦ୍ଧି, ମମତା ଯୋଜନା ୧୦,୦୦୦କୁ ବୃଦ୍ଧି ଆହୁରି ବିଭିନ୍ନ ଯୋଜନା ଉପରେ ଲୋକଙ୍କୁ ସଚେତନତା କରିଥିଲେ । ଏହି ଶିବିରରେ ଏଲ୍ଇଡ଼ି ମାଧ୍ୟମରେ ବିଭିନ୍ନ ବିକାଶ କାର୍ଯ୍ୟକୁ ପରିବେଷଣ କରି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବେଳେ କଳାହାଣ୍ଡି ଜିଲ୍ଲା ଚପରିଆ ଗ୍ରାମର କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଏମ୍.ବି.କେ, ସି.ଆର୍.ପି, ଅଙ୍ଗନୱାଡ଼ି କର୍ମୀ, ଆଶା କର୍ମୀ, ମିଶନ ଶକ୍ତି ମହିଳାଙ୍କ ସମେତ ଅଞ୍ଚଳର ଶତାଧିକ ଜନସାଧାରଣ ଓ ପଞ୍ଚାୟତର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ଶେଷରେ ସ୍ଥାନୀୟ ସରପଞ୍ଚ ଧନ୍ୟବାଦ ଅର୍ପଣ କରିଥିଲେ ।