ଜଙ୍ଗଲ ନିଆଁ ନିରାକରଣ ସଚେତନତା କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ବନଖଣ୍ଡ ପଦ୍ମପୁର ବନାଞ୍ଚଳ ତରଫରୁ ରାଜବୋରାସମ୍ବର ବ୍ଲକ ଅନ୍ତର୍ଗତ ଜମରତଲା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଜଙ୍ଗଲ ନିଆଁ ନିରାକରଣ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ବନାଞ୍ଚଳ ଅଧିକାରୀ ସୁଦାମ ଜଗଦଲ୍ଲାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ଜମରତଲା ସରପଞ୍ଚ ବିଦୁଭୂଷଣ ଚାନ୍ଦ, ମୁଖ୍ୟ ବକ୍ତା ଭାବରେ ଜିଲ୍ଲା ପରିବେଶ ସୁରକ୍ଷା ମଞ୍ଚ ବରଗଡ଼ ସମ୍ପାଦକ ପ୍ରକୃତି ବନ୍ଧୁ ମୀନକେତନ ସାହୁ, ସମ୍ମାନିତ ଅତିଥି ଭାବରେ ରାଜବୋରାସମ୍ବର ବ୍ଲକ ଉପାଧ୍ୟକ୍ଷା ସଂଯୁକ୍ତା ଚାନ୍ଦ, ଜିଲ୍ଲା ପରିଷଦ ସଭ୍ୟ ମକରଧ୍ୱଜ ବଗାର, ଜମରତଲା ବନ ସୁରକ୍ଷା ସମିତି ସଭାପତି ପ୍ରଦୀପ ପଣ୍ଡା, ସାମ୍ବାଦିକ ଜୟନ୍ତ ସେଠ ପ୍ରମୁଖ ଅଂଶଗ୍ରହଣ କରି ଜଙ୍ଗଲ ନିଆଁ ନିରାକରଣ ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ନାଟ୍ୟକାର ରାଜକୁମାର ସାହୁଙ୍କ ନିର୍ଦ୍ଦେଶନାରେ ‘ସଚେତନ୍‌ ହେମା’ ନାଟ୍ୟ ସଂସଦ ଢୋଲବନ୍ଧ ତରଫରୁ ଜଙ୍ଗଲ ନିଆଁ ନିରାକରଣ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ‘ମାକଡ୍‌ ବିହା’ ପ୍ରଦର୍ଶିତ କରାଯାଇଥିଲା । ଏହି ଶିବିରରେ ପଦ୍ମପୁର ବନାଞ୍ଚଳର ବିଭିନ୍ନ ବନ ସୁରକ୍ଷା ସମିତିର ସଭାପତି, କର୍ମକର୍ତ୍ତା, ସ୍ଥାନୀୟ ସ୍ଵଂୟ ସହାୟିକା ଗୋଷ୍ଠୀର ସଦସ୍ୟା, ଏମ୍‌ବିକେ, ସିଆର୍‌ପି, ସମସ୍ତ ଫରେଷ୍ଟର, ଫରେଷ୍ଟ ଗାର୍ଡ, ଗଜ ସାଥି, ଅନ୍ୟାନ୍ୟ ଫରେଷ୍ଟ କର୍ମଚାରୀ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରିଥିଲେ । କାର୍ଯ୍ୟକ୍ରମକୁ ଆମ ଜଙ୍ଗଲ ଯୋଜନା ଟିମ୍ ଲିଡର ପ୍ରକାଶ ଚନ୍ଦ୍ର ହୋତା ସଂଯୋଜନା କରିଥିବା ବେଳେ ଫରେଷ୍ଟର ଅଶ୍ଵିନୀ କୁମାର ଭୋଇ ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହାପରେ ପଦ୍ମପୁର ବନାଞ୍ଚଳର ଜୟପୁରଠାରେ ପୁଣି ବନ କର୍ମଚାରୀଙ୍କ ସହାୟତାରେ ‘ଆମେ ସଚେତନ ହେମା’ ନାଟ୍ୟ ସଂସଦ ତରଫରୁ ସଚେତନତା କାର୍ଯ୍ୟକ୍ରମ ‘ମାକଡ ବିହା’ ପ୍ରଦର୍ଶିତ ହୋଇଥିଲା ।

Leave A Reply

Your email address will not be published.

eighteen + 2 =