
ଆଗଲପୁର, (ବିମଳେନ୍ଦୁ ସାହୁ) : ବେଆଇନ ନିଶା କାରବାର ତଥା ମାଦକ ଦ୍ରବ୍ୟର ବ୍ୟବହାରକୁ ରୋକିବା ସହିତ ଏକ ସୁସ୍ଥ ସମାଜ ଗଠନ କରିବା ଲକ୍ଷ୍ୟରେ ଆଗଲପୁର ଥାନା ନଅଗାଁ (କ) ଠାରେ ନିଶା ନିବାରଣ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଏଥିପାଇଁ ଏକ ଶୋଭାଯାତ୍ରା ଆୟୋଜିତ ହୋଇଥିଲା । ଏହି ଅବସରରେ ଗୋବିନ୍ଦ ନାଏକଙ୍କ ସଭାପତିତ୍ୱରେ ତଥା ବିଶ୍ୱନାଥ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ତପସ୍ୱିନୀ ସେଠ୍ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସମିତି ସଭ୍ୟା ବନିତା ନାଏକ, ଗ୍ରାମ୍ୟ ଉନ୍ନୟନ କମିଟି ସମ୍ପାଦକ ହେମନ୍ତ ବାରିକ ଆଗଲପୁର ଥାନା ଅଧିକାରୀ ସୁମିତ ଫିରୋଜ ଏକ୍କା ପ୍ରମୁଖ ଯୋଗଦେଇ ନିଶା ନିବାରଣ ସମ୍ବନ୍ଧୀୟ ବକ୍ତବ୍ୟ ପ୍ରଦାନ କରିଥିଲେ । ମୋତିଲାଲ ସରାଫ୍, ଈଶ୍ୱର ମହାପାତ୍ର, ସଞ୍ଜୀବ କୁମାର ସାହୁ, ଅଧ୍ୟାପକ ମୁକେଶ ସାହୁ, ଅନୀଲ ମହାନନ୍ଦ, ଛାତ୍ରୀ ଖୁସବୁ ଗଡତିଆ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ଗୋଲାପ ବେହେରା, ଚିତ୍ତରଞ୍ଜନ ମହାପାତ୍ର, ମେଘନାଦ ବିଶ୍ୱାଳ, ଶ୍ୟାମସୁନ୍ଦର ଦଣ୍ଡସେନାଙ୍କ ସମେତ ସମସ୍ତ ଏସ୍ଏଚ୍ଜି ସଦସ୍ୟା, ଅଙ୍ଗନବାଡି ତଥା ଆଶାକର୍ମୀ ଓ ଗ୍ରାମବାସୀ ଉପସ୍ଥିତ ଥିଲେ ।