centurian jitm

ତୁରେକେଲା ବ୍ଲକ ଅନ୍ତର୍ଗତ ଗ୍ରାମ୍ୟ ବ୍ୟାଙ୍କ ସମ୍ମୁଖରେ ଆମ ଓଡିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ଗ୍ରାମ୍ୟ ବ୍ୟାଙ୍କ ସମ୍ମୁଖରେ ଆମ ଓଡିଶା ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଙ୍କର୍ଷଣ ବେହେରା ଯୋଗଦେଇ ସଚେତନ ସଭାରେ ଉଦ୍‌ବୋଧନ ଦେଇଥିଲେ । ସ୍ଥାନୀୟ ସରପଞ୍ଚ ଜଳନ୍ଧର ମହାକୁଡ଼ଙ୍କ ସଭାପତିତ୍ୱରେ ଆମ ଓଡ଼ିଶା ନବୀନ ଓଡ଼ିଶା ପଞ୍ଚାୟତସ୍ତରୀୟ ସଚେତନତା ଶିବିର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ସମ୍ମାନିତ ଅତିଥି ଭାବରେ ପି.ଏ ଅଶୋକ କୁମାର ପାଣିଗ୍ରାହୀ, ବିପିଏମ୍ ନୀଳମାଧବ ସାହୁ, ନାଏବ ସରପଞ୍ଚ, ୱାର୍ଡ ସଭ୍ୟସଭ୍ୟା, ଗାଁ ସାଥୀ, ଯୋଗାଣ ସହାୟକ ମଞ୍ଚାସୀନ ହୋଇଥିଲେ । ବିଆର୍‌ସି ବୃନ୍ଦ, ସିଆର୍‌ସି ବୃନ୍ଦ, ମିଶନ ଶକ୍ତି ମହିଳା ବୃନ୍ଦ, ଅଙ୍ଗନବାଡି କର୍ମୀ ବୃନ୍ଦ, ଆଶା କର୍ମୀ ବୃନ୍ଦ, ବିଭିନ୍ନ ଗାଁଗୁଡ଼ିକରୁ ଉପସ୍ଥିତ ଏସ୍‌ଏଚ୍‌ଜି ମହିଳା ବୃନ୍ଦ, ଇଫିକୋର୍ କର୍ମଚାରୀ ବୃନ୍ଦ, ଓଡ଼ିଶା ମିଲେଟ ମିଶନର କର୍ମଚାରୀ ବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ପିଇଓ ତେଜୁରାମ ପୁଟେଲ ମଞ୍ଚ ପରିଚାଳନା କରିଥିଲେ । ଏହି ପରିପ୍ରେକ୍ଷୀରେ ବିଭିନ୍ନ ନାଚ ଗୀତ ମାଧ୍ୟମରେ କଳାକାରମାନେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ସଚେତନ କାର୍ଯ୍ୟକ୍ରମ କରିଥିଲେ । ଶେଷରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ବେହେରା, ପିଏ ଶ୍ରୀ ପାଣିଗ୍ରାହୀ, ବିପିଏମ୍ ଶ୍ରୀ ସାହୁ, ଏସ୍‌ଏଚ୍‌ଜି ମହିଳା ବୃନ୍ଦ, ବିଆର୍‌ସି, ସିଆର୍‌ସି, ମିଶନ ଶକ୍ତି ମହିଳା ବୃନ୍ଦ, ଅଙ୍ଗନବାଡ଼ି କର୍ମଚାରୀ ବୃନ୍ଦ, ଆଶା କର୍ମୀ ବୃନ୍ଦ, ମିଲେଟ ମିଶନର କର୍ମଚାରୀ ଯାହା ସବୁ ମଡ଼ା ପିଠା, ଭୁଜା ଚଣା ତିଆରି, ଫଳ ମୂଳ, ପନିପରିବା, ମାଛ, ଅଣ୍ଡା ବିଭିନ୍ନ ପ୍ରକାରର ପୁଷ୍ଟିକର ଖାଦ୍ୟ ସବୁ ବୁଲି ଦେଖିଥିଲେ । କାର୍ଯ୍ୟକ୍ରମ ଶେଷରେ ଉପସ୍ଥିତ ଦର୍ଶକ ବୃନ୍ଦ ଓ ଉପସ୍ଥିତ ଜନସାଧାରଣଙ୍କୁ ଖାଦ୍ୟ ପାନୀୟ ଯୋଗାଇଥିଲେ ।

Leave A Reply

Your email address will not be published.