ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ନେଇ ଡେଲାଙ୍ଗ ବିକାଶ ପରିଷଦର ପ୍ରେସ୍‌ମିଟ୍‌

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ଓ ଡେଲାଙ୍ଗର ସ୍ୱାଭିମାନ ସୁରକ୍ଷା ନେଇ ରବିବାର ଅପରାହ୍ନରେ ଡେଲାଙ୍ଗ ବିକାଶ ପରିଷଦ କାର୍ଯ୍ୟାଳୟ ଠାରେ ସମାଜସେବୀ ଶ୍ରୀମତୀ କୁନ୍ତଳା କୁମାରୀ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଡେଲାଙ୍ଗ ବିକାଶ ପରିଷଦ ପକ୍ଷରୁ ୧୩ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ଉପସ୍ଥାପନ କରାଯାଇଥିଲା । ଡେଲାଙ୍ଗ ଅଞ୍ଚଳର ବିକାଶ, ଏହାର ଐତ୍ୟହ, ସଂସ୍କୃତି ପରମ୍ପରା, ସ୍ୱାଭିମାନ ସୁରକ୍ଷା ସହିତ କୃଷି ଓ କୃଷକର ବିକାଶ, ଡେଲାଙ୍ଗକୁ ଏନ୍‌.ଏ.ସି ଘୋଷଣା, ଶୀତଳ ଭଣ୍ଡାର ପ୍ରତିଷ୍ଠା, ପୁରୀ ଜିଲ୍ଲାର ବୃହତମ ଗ୍ରାମ ଘୋରଡ଼ିଆରେ ଫାଣ୍ଡି ପ୍ରତିଷ୍ଠା, ବର୍ଷା ଦିନରେ ଲୁଣା ନଦୀରେ ବନ୍ୟା ନିୟନ୍ତ୍ରଣ ବ୍ୟବସ୍ଥା ସହିତ ଚାରୋଟି ଚେକ ଡ୍ୟାମ ନିର୍ମାଣ, ପର୍ଯ୍ୟଟନ ସ୍ଥଳ ବିଶ୍ୱନାଥ ପାହାଡ଼ରେ ରୋପ ଓ୍ୱେ ପ୍ରତିଷ୍ଠା, ବରି-ଡେରାବିଶ ଭଳି ପିପିଲି ନିର୍ବାଚନ ମଣ୍ଡଳୀକୁ ଡେଲାଙ୍ଗ-ପିପିଲି ନିର୍ବାଚନୀ ମଣ୍ଡଳୀ ଘୋଷଣା କରାଯିବା, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ପଦବୀ ପୂରଣ, ବେକାର ଯୁବକ ଯୁବତୀମାନଙ୍କୁ ସରକାରୀ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ତଥା ଆତ୍ମ ନିର୍ଭରଶୀଳ ନିମନ୍ତେ ଡେଲାଙ୍ଗରେ ଦକ୍ଷତା ବିକାଶ କେନ୍ଦ୍ର ଓ ଶାରୀରିକ ପ୍ରଶିକ୍ଷଣ କେନ୍ଦ୍ର ଖୋଲିବା ପାଇଁ ଦାବି, ଚାଇଁପୁର ପଞ୍ଚାୟତର ୱାର୍ଡ ନମ୍ବର ୨ର ଅଧିବାସୀ ତଥା ମୌଜା ନାୟକ ସାହିର ୨୫ ପରିବାରଙ୍କୁ ଅନୁସୂଚିତ ଜାତି ବର୍ଗର ମାନ୍ୟତା ଦେବା ପାଇଁ ଦାବି ଆଦି ଉପସ୍ଥାପନ କରାଯାଇଥିଲା । ଏହି ପ୍ରେସ୍‌ମିଟ୍‌ରେ ବିକାଶ ପରିଷଦର ଉପସଭାପତି ଅଭିନାନନ୍ଦ ପ୍ରଧାନ, ସମ୍ପାଦକ ଜଗନ୍ନାଥ ପ୍ରଦାନ, ସହ ସମ୍ପାଦକ ପ୍ରସନ୍ନ ମହାରଥୀ, ବରିଷ୍ଠ ସଭ୍ୟ ପ୍ରମୋଦ ପ୍ରଧାନ, ପଠାଣି ପ୍ରଧାନ, ସତ୍ୟବାନ ଜୟସିଂହ, ସୁଧାକର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

three × five =