pakka

କଂଟାବାଂଜି ଏଡିଜେ କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ : ଅଭିଯୁକ୍ତଙ୍କୁ ୧୦ବର୍ଷ ଜେଲ୍‌ ସହ ୫୦ହଜାର ଟଙ୍କା ଫାଇନ

bbehera

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ସୋମବାର ଦିନ ଶୁଣାଣି କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ମୁରିବାହାଲ ଥାନା ଅଧିନସ୍ଥ ଅଣ୍ଡାଲଦରହ ଗାଁର ରମାକାନ୍ତ ଭୋଇ ନାମକ ଜଣେ ବ୍ୟକ୍ତି ତୁରେକେଲା ଥାନା ତେନ୍ତୁଲିଖୁଂଟି ଗାଁର ଜଣେ ଯୁବତୀକୁ ଯୋର ଜବରଦସ୍ତ ବଲତ୍କାର କରିଥିଲେ । ଏହି ଅଭିଯୋଗ ଉପରେ ମାନ୍ୟବର କଂଟାବାଂଜି ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ସେସନ୍ସ କେସ ନଂ. ୩୮/୧୯ ଦଫା-୩୭୬(୧)ର ଶୁଣାଣି କରି ଅଭିଯୁକ୍ତକୁ ୧୦ବର୍ଷ ସଶ୍ରମ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଫାଇନ କରିଛନ୍ତି । ଫାଇନ ଅନାଦେୟ ହେଲେ ଅଧିକ ୨ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡିବ ବୋଲି ଜଣାପଡିଛି ।

Leave A Reply

Your email address will not be published.

4 × 1 =