pr

ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା

dr. purohit

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଇନ୍ଦିରାନଗର ସ୍ଥିତ ଶ୍ରୀ ଶବରୀ ନାରାୟଣ ମନ୍ଦିର ଦାରୁବ୍ରହ୍ମ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ମହାସମାରୋହରେ ସମାପନ ହୋଇଯାଇଛି । ଶ୍ରୀ ଶ୍ରୀ ନୃସିଂହ ପୁରାଣ ପାଠ ବ୍ୟାସ ରୁଦ୍ର କିଶୋର ମିଶ୍ର କରିଥିଲେ । ପ୍ରତ୍ୟେହ ସନ୍ଧ୍ୟା ଭଜନ ସମାରୋହ ଜୟଦେବ କଳା ସଂସଦର କଳାକାରମାନେ ପରିବେଷଣ କରିଥିଲେ । ଗୁରୁ କ୍ଷମାସାଗର ଯୋଷୀ, ଦିଲ୍ଲୀପ କୁମାର ସିଂଦେଓ, ବାଦ୍ୟ କଳାକାର ସନ୍ତୋଷ କୁମାର ରଣଜିତ, କଣ୍ଠଶିଳ୍ପୀ ରାହାସ ବିହାରୀ ଭୋଇ, ନିଳାଚଳ ହୋତା, ସଂଜୟ କୁମାର ପାଢୀ, ଆୟୁଷ ଯୋଷୀ, ସୁଧାଙ୍ଗନା ଭୋଇ, ରୋହିଣୀ ନାଏକ, ଅନୀତାରାଣୀ ନାହାକ ଯୋଗ ଦେଇଥିଲେ । ରଥସମାରୋହର ଆୟୋଜକ ରାହାସ ବିହାରୀ ଭୋଇ, ଯଥା ବିଶ୍ୱାଳ, ରାତୁ କାଲସାଏ, ପ୍ରସନ୍ନ ପୁରୋହିତ, ପ୍ରମୋଦ ବାଗ, ପିତାମ୍ବର ବାଗ, ପାଲେଶ୍ୱର ସେଠ, ହର ପ୍ରସାଦ ଭୋଇ, ବାସୁଦେବ ନାଗ, ସରୋଜ କାଣ୍ଡ, ଜି.ଭି. ରଣନ, ଅଶୋକ କୁମାର ବୁଡେକ, ସୁଦର୍ଶନ ବୁଡେକ, ଜ୍ୟୋସ୍ନା ମିଶ୍ର, ପୁଷ୍ପାଞ୍ଜଳୀ ବୁଡେକ, ପ୍ରଭାସିନୀ ଭୋଇ, ଜଲି ମିଶ୍ର, ସୁଧାଙ୍ଗନା ଭୋଇ, ସତ୍ୟଭାମା ବଗର୍ତ୍ତି ଓ ଅନ୍ୟାନ୍ୟ ଭକ୍ତବୃନ୍ଦ ସହଯୋଗ କରିଥିଲେ । ଅନ୍ତମି ମିଶ୍ର ମନ୍ଦିର ପୂଜକ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।

nrusinghnath
Leave A Reply

Your email address will not be published.