pr

ଏମ୍‌ବିଏମ୍‌ଏମ୍‌ର ଜିଲ୍ଲାସ୍ତରୀୟ ବୁଦ୍ଧିଜିବୀ ସମ୍ମିଳନୀ

dr. purohit

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଡ. ବିଆର ଆମ୍ବେଦକରଙ୍କ ସମ୍ପୁର୍ଣ୍ଣ ବିଚାର ଉପରେ କାର୍ଯ୍ୟ କରିବା ସିଦ୍ଧାନ୍ତରେ ମୂଳନିବାସୀ ବହୁଜନ ମିଳିତ ମହାସଂଘର ଜିଲ୍ଲା ସ୍ତରୀୟ ବୈଠକ ସଂସ୍କୃତି ଗବେଷକ ତରଣୀସେନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପୂର୍ଣ୍ଣଚନ୍ଦ୍ର ବିଶ୍ୱାଲଙ୍କ ସଂଯୋଜନା ସଭାରେ ରାଜ୍ୟ ସଭାପତି ଧିମାନ ଲିଙ୍ଗରାଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସଂଗଠନର ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ଆଲୋକପାତ କରିଥିଲେ । ରାଜ୍ୟ ଉପ-ସଭାପତି ଡ. ଅର୍ଜୁନ ମୁଗ୍ରୀ ସଂଗଠନ ର ଉଦ୍ଦେଶ୍ୟ ଓ ବିଚାର ଉପସ୍ଥାପନ କରିଥିଲେ । ସମ୍ମାନିତ ଅତିଥି ଭାବେ ପ୍ରଦେଶି ବିଶ୍ୱାଲ, ସତ୍ୟନାରାୟଣ ଭୋଇ, ଯଥା ବିିଶ୍ୱାଲ, ଶୁଭାଷିନୀ ସାହୁ ମତ ରଖିଥିଲେ । ଏହି ଅବସରରେ ଏକ ଜିଲ୍ଲାସ୍ତରୀୟ କମିଟି ଗଠନ କରାଗଲା । ଏଥିରେ ସତ୍ୟାନନ୍ଦ ସୁନା, ଟଙ୍କଧର ଗଡତ୍ୟା, ସୀତାରାମ କୁମ୍ଭାର, ସତ୍ୟ ବନଛୋର, ସବିତା ନନ୍ଦ, ଅମ୍ବିକା କୁମ୍ଭାର, ସସ୍ମିତା ମେହେର, ଅଶୋକ ବାରିକ, ଜ୍ୟୋତିଷ ମୁଗ୍ରୀ, ହିମାଂଶୁ ବେହେରା, ଶଙ୍କର ନନ୍ଦ, ସୁନିଲ ନନ୍ଦ, ଯୁଗଲାଲ ନନ୍ଦ, ବୈକୁଣ୍ଠ ବାରିକ, କପିଳେଶ୍ୱର ସୁନା, ଦେବରାଜ ମହାନନ୍ଦ ଉପସ୍ଥିତ ଥିଲେ । ଶେଷରେ ସରୋଜ ମେଶ୍ୱା ଧନ୍ୟବାଦ ଅର୍ପଣ କରିଥିଲେ ।

nrusinghnath
Leave A Reply

Your email address will not be published.