ଭିଜିଲାନ୍ସ ଦ୍ଵାରା ଗିରଫ୍ ହେଲେ ପ୍ରାଣୀ ଚିକିତ୍ସକ ପ୍ରିୟବ୍ରତ ବେହେରା

ସୁବର୍ଣ୍ଣପୁର ( ପ୍ରଭୁଦତ୍ତ ରଥ ) : ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଦ୍ଵାରା ଗିରଫ୍ ହେଲେ ପ୍ରାଣୀ ଚିକିତ୍ସକ ପ୍ରିୟବ୍ରତ ବେହେରା । ବୀରମହାରାଜପୁର ବ୍ଲକ୍ ବଡଖମାର ଗ୍ରାମର ଲକ୍ଷ୍ମଣ ମହାକୁଡ଼ ନିଜର ଗାଈ ଗୁହାଳ କରିବା ପାଇଁ ବୀରମହାରାଜପୁର ବି.ଡି.ଓ.ଙ୍କ ପାଖରେ ଆବେଦନ କରିଥିଲେ । ବି.ଡି.ଓ. ଉକ୍ତ ଆବେଦନ ପତ୍ରକୁ ସୁବଳୟା ପ୍ରାଣୀ ଚିକିତ୍ସକଙ୍କ ପାଖକୁ ପଠାଇ ଦେଇଥିଲେ । ତେବେ ପ୍ରାଣୀ ଚିକିତ୍ସକ ପ୍ରିୟବ୍ରତ ବେହେରା ଆବଶ୍ୟକ ଯାଞ୍ଚ କରିବା ପରେ ସାର୍ଟିଫିକେଟ୍ ପ୍ରଦାନ କରିବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ଲକ୍ଷ୍ମଣ ମହାକୁଡ଼ ସୋନପୁର ଜିଲ୍ଲା ଭିଜିଲାନ୍ସ ବିଭାଗର ଦ୍ଵାରସ୍ଥ ହୋଇଥିଲେ । ତେବେ ପୂର୍ବ ଯୋଜନା ଅନୁସାରେ ଆଜି ଲକ୍ଷ୍ମଣ ମହାକୁଡ଼ ଟଙ୍କା ଦେଲା ବେଳେ ପ୍ରାଣୀ ଚିକିତ୍ସକ ପ୍ରିୟ ବ୍ରତ ବେହେରାଙ୍କୁ ଗିରଫ କରାଯାଇଛି । ଏହି ଚଡାଉ ସମୟରେ ସୁବର୍ଣ୍ଣପୁର ଜିଲ୍ଲା, ବଲାଙ୍ଗିର ଜିଲ୍ଲା ଓ ସମ୍ବଲପୁର ଜିଲ୍ଲା ଡି.ଏସ୍. ପି. ଉପସ୍ଥିତ ରହିଥିବା ବଲାଙ୍ଗିର ଡି.ଏସ୍. ପି. କାଦମ୍ବିନୀ ସାମଲ କହିଛନ୍ତି ।

Leave A Reply

Your email address will not be published.