csstore

ଉତ୍କଳ ଗୌରବ ମଧୁବାବୁଙ୍କ ଜୟନ୍ତୀ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଉତ୍କଳ ସମ୍ମିଳନୀ ପୁରୀ ଜିଲ୍ଲା ଶାଖା ପକ୍ଷରୁ ଡେଲାଙ୍ଗ ରେଂଚ୍‌ ଠାରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୭ତମ ଜୟନ୍ତୀ ପାଳିତ ହୋଇଯାଇଛି । ଉତ୍କଳ ସମ୍ମିଳନୀ ପୁରୀ ଜିଲ୍ଲାର ଉପସଭାପତି ଅନାମ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ହରିହର ସ୍ୱାଇଁ, ମୁଖ୍ୟବକ୍ତା ରୂପେ କାଶୀନାଥ ମହାପାତ୍ର, ସମ୍ମାନିତ ଅତିଥିଭାବେ ଦାଶରଥୀ ମହାପାତ୍ର, ଲଷ୍ମୀଧର ସ୍ୱାଇଁ, ହୃଷିକେଶ ପାଢ଼ୀ, ସ୍ନେହମୟୀ ରାଉତ ପ୍ରମୁଖ ଯୋଗଦେଇ ମଧୁବାବୁଙ୍କ ଫୋଟୋ ଚିତ୍ରରେ ମାଲ୍ୟାପର୍ଣ କରି ଶ୍ରଦ୍ଧାଞ୍ଜଳି ଦେବା ସହ ତାଙ୍କ ଜୀବନି ଆଦର୍ଶ ଓ଼ ତ୍ୟାଗ ଉପରେ ଉପରେ ଆଲୋକପାତ କରିଥିଲେ । ସମାଜସେବୀ ସୁରେଶ ଚନ୍ଦ୍ର ମନ୍ତ୍ରୀ ସଂଯୋଜନା କରିଥିବା ବେଳେ କବି ଅଭୟ ଚରଣ ସାହୁ ଧନ୍ୟବାଦ୍‌ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.