pakka

ଗାନ୍ଧୀପୀଠରେ ମଧୁବାବୁଙ୍କ ଜୟନ୍ତୀ ପାଳିତ

bbehera

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଐତିହାସିକ ଗାନ୍ଧୀ ସ୍ମୃତି ପୀଠରେ ରବିବାର ଡେଲାଙ୍ଗ ସମ୍ବାଦ ସାହିତ୍ୟ ଘର ପକ୍ଷରୁ ସ୍ୱାଭିମାନ ଦିବସ ତଥା ମଧୁବାବୁଙ୍କ ୧୭୬ତମ ଜୟନ୍ତୀ ପାଳିତ ହୋଇଯାଇଛି । ସାହିତ୍ୟ ଘରର ସଭାପତି ପ୍ରଭାତ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଶିଶୁ ସାହିତ୍ୟିକ ଡ. ହେମନ୍ତ ଛୋଟରାୟ ମୁଖ୍ୟ ଅତିଥି, ଶିକ୍ଷାବିତ୍ କୁନ୍ତଳା କୁମାରୀ ବିଶ୍ଵାଳ, ଉତ୍କଳ ସମ୍ମିଳନୀ ବରିଷ୍ଠ ସଭ୍ୟ ମୃତ୍ୟୁଞ୍ଜୟ ଦକ୍ଷିଣକବାଟ,ସମାଜସେବୀ କବିତାରାଣୀ ପରିଡ଼ା, ଅନାମ ମଲ୍ଲିକ, ଜ୍ୟୋତ୍ସ୍ନାମୟୀ ସ୍ୱାଇଁ, ଲକ୍ଷ୍ମୀପ୍ରିୟା ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୀବନୀ ଏବଂ ଉତ୍କଳ ପ୍ରଦେଶ ଓ ଓଡିଆ ଭାଷା ସାହିତ୍ୟ ପ୍ରତି ତାଙ୍କ ଅବଦାନ ଉପରେ ବିସ୍ତ୍ରୁତ ଭାବରେ ଆଲୋଚନା କରିଥିଲେ । ସର୍ବପ୍ରଥମେ ଧୂପ, ଦୀପ ପ୍ରଜ୍ୱଳନ ପୂର୍ବକ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହିତ ମଧୁବାବୁଙ୍କ ଫଟୋଚିତ୍ରରେ ପୁଷ୍ପମାର୍ଲ୍ୟ ଅର୍ପଣ କରାଯାଇଥିବା ବେଳେ ଉପସ୍ଥିତ ସମସ୍ତେ ଦୁଇ ପୂଜ୍ୟପୂଜାଙ୍କୁ ଶ୍ରଦ୍ଧା ସୁମନ ଜ୍ଞାପନ କରିଥିଲେ । ଆଲୋଚନା ଚକ୍ର ପୂର୍ବରୁ ସମୂହ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିବା ସହ ମହାତ୍ମାଗାନ୍ଧୀକୀ ଜୟ ଏବଂ ମଧୁବାବୁ ଅମର ରହେ ଧ୍ୱନୀରେ ସମଗ୍ର ଗାନ୍ଧୀପୀଠ ପରିସର ପ୍ରକମ୍ପିତ ହୋଇ ଉଠିଥିଲା । ସାହିତ୍ୟ ଘରର ସଂପାଦକ ଅଭୟ ଚରଣ ସାହୁ ସଭା ପରିଚାଳନା କରିଥିଲେ । ଏହି ଅବସରରେ ସାହିତ୍ୟ ଘରର ସଭାପତି ପ୍ରଭାତ କୁମାର ସେଠୀ, କବି ରୋହିତ ଚମ୍ପତି, ଦ୍ୱିତିକୃଷ୍ଣ ମହାନ୍ତି, ଅଭୟ ଚରଣ ସାହୁ ପ୍ରମୁଖ ମଧୁବାବୁ ଓ ମହାତ୍ମାଗାନ୍ଧୀଙ୍କ ଉପରେ ସ୍ଵରଚିତ କବିତାମାନ ଆବୃତ୍ତି କରିଥିଲେ । କାର୍ଯ୍ୟକ୍ରମରେ ଶିକ୍ଷକ କୈଳାସ ସ୍ଵାଇଁ, ଫକୀର ଦାସ, କାଶୀନାଥ ମହାପାତ୍ର, ସମାଜସେବୀ ଭାଗିରଥୀ ପରିଡା ପ୍ରମୁଖ ଉପସ୍ଥିତ ଥିଲେ । ଆୟୋଜକ ଚନ୍ଦ୍ରଶେଖର ବିଶ୍ୱାଳ ସମସ୍ତ କାର୍ଯ୍ୟ ସୁଚାରୁରୂପେ ପରିଚାଳନା କରିଥିଲେ । ଶେଷରେ ଜିତେନ୍ଦ୍ରନାଥ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ୍‌ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

2 × four =

error: Content is protected !!