pakka

ତୁକଲା ଗ୍ରାମର ପ୍ରତିଭା ଦାଶଙ୍କୁ ମିଳିଲା ସ୍ୱର୍ଣ୍ଣ ପଦକ

bbehera

ଖଡ଼ିଆଳ, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ତୁକଲା ଗ୍ରାମର ପ୍ରତିଭା ଦାଶ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର(ଆଇନ/ଏଲ୍‌ଏଲ୍‌ଏମ୍‌)ରେ ସ୍ୱର୍ଣ୍ଣ ପଦକ ପାଇଥିବା ଜଣାପଡିଛି । ସେ ଏହି ସଫଳତାରେ ସମଗ୍ର ଜିଲ୍ଲା ପାଇଁ ଗର୍ବ ଆଣିଛନ୍ତି । ସେ ୨୦୨୦ ମସିହାରେ ୟୁନିଭର୍ସିଟି ଲ’ କଲେଜ ଭୁବନେଶ୍ୱରରୁ ସ୍ନାତକ କରିଥିବା ବେଳେ ୨୦୨୨ରେ ଏଲ୍‌ଏଲ୍‌ଏମ୍‌ ସାରିଥିଲେ ।

ଗତ ୧୨ ତାରିଖ ଦିନ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ମହାମହିମ ରାଜ୍ୟପାଳ ଗଣେଶୀଲାଲଙ୍କ ଠାରୁ ସ୍ୱର୍ଣ୍ଣ ପଦକ ପାଇଥିଲେ । ପ୍ରତିଭା ଜଣେ ମେଧାବୀ ଛାତ୍ରୀ ଓ ପ୍ରଥମ ପ୍ରୟାସରେ ଓଜେଏସ ପରୀକ୍ଷାରେ ପାସ୍‌ କରି ସିଭିଲ ଜଜ୍ ପଦବୀରେ ନିଯୁକ୍ତି ପାଇଛନ୍ତି । ତାଙ୍କର ପିତା ପ୍ରସନ୍ନ କୁମାର ଦାଶ ବିଏସଏଫରେ କାର୍ଯ୍ୟ କରୁଥିବା ବେଳେ ମାତା ପ୍ରିୟଦର୍ଶିନୀ ରଥ ଜଣେ ଆଦର୍ଶ ଗୃହିଣୀ ଅଟନ୍ତି । ନିଜ ସଫଳତାର ଶ୍ରେୟ ସେ ନିଜ ପିତାମାତା, ପରିବାର ଓ ଅଧ୍ୟାପକମାନଙ୍କୁ ଦେଇଛନ୍ତି ।

jay balangir
Leave A Reply

Your email address will not be published.

11 − 5 =