pakka

ପୁଇଁନ୍ତଲା ବ୍ଲକ କଂଗ୍ରେସ କର୍ମୀ ସମ୍ମିଳନୀ : ପଞ୍ଚାୟତ ନିର୍ବାଚନୀ ବିଗୁଲ ଫୁଙ୍ଗିଲେ ନରସିଂହ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଛି । ଆମକୁ ପୁଣି ଲୋକଙ୍କ ପାଖକୁ ଯିବାକୁ ହେବ । ଗତ ନିର୍ବାଚନରେ ଯେଉଁ ଦଳମାନେ ସଫଳତା ପାଇଥିଲେ, ଜିଲ୍ଲା ପରିଷଦ ଅକ୍ତିଆର କରିଥିଲେ ସେମାନଙ୍କର ଲେଖାଜୋଖା ଲୋକଙ୍କ ସାମ୍ନାରେ ଖୋଜିବାକୁ ପଡିବ । ସେମାନେ ଅଂଚଳ ପାଇଁ ଲୋକଙ୍କ ଭୋଟ ନେଇ କେତେ ବିକାଶ କରିଛନ୍ତି ସେ କଥା ଲୋକଙ୍କୁ ପଚାରିବାକୁ ପଡିବ । ଲୋକଙ୍କ ବହୁମୂଲ୍ୟ ଭୋଟ ନେଇ ଯଦି ଲୋକଙ୍କ ପାଇଁ କୌଣସି କାମ କରିନାହାନ୍ତି ତେବେ ଲୋକେ ସେ ଦଳକୁ ଓ ନେତାଙ୍କୁ ଏହି ନିର୍ବାଚନରେ ପ୍ରତ୍ୟାଖାନ କରିବା ଉଚିତ୍‌ ବୋଲି ସାଧାରଣ ଜନତାଙ୍କୁ ବୁଝେଇ ନିଜ ଦଳ କଂଗ୍ରେସ ପାଇଁ କାମ କରିବାକୁ ହେବ ବୋଲି ଗତକାଲି ସ୍ଥାନୀୟ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ପୁଇଁନ୍ତଲା ବ୍ଲକ କଂଗ୍ରେସ କର୍ମୀ ସମ୍ମିଳନୀରେ କର୍ମୀମାନଙ୍କୁ ଉଦ୍‌ବୋଧନ ଦେଇ ବଲାଙ୍ଗିର ବିଧାୟକ ତଥା ବିଧାନସଭାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି । ଏହା ସହ ସେ ଆଗାମୀ ନିର୍ବାଚନରେ ଦଳକୁ କିପରି ବିଜୟୀ କରିବେ ସେ ଦିଗରେ କର୍ମୀମାନେ କାମ କରନ୍ତୁ ବୋଲି ପଂଚାୟତ ନିର୍ବାଚନୀ ବିଗୁଲ ଫୁଙ୍ଗିଛନ୍ତି । ପୁଇଁନ୍ତଲା ବ୍ଲକ କଂଗ୍ରେସ ସଭାପତି ଉମାକାନ୍ତ ସାହୁଙ୍କ ସଭାପତିତ୍ୱରେ ଏବଂ ଜିଲ୍ଲା କିଷାନ କଂଗ୍ରେସ ଅଧ୍ୟକ୍ଷ ସାନନ୍ଦ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କର୍ମୀ ସମ୍ମିଳନୀର ପ୍ରାରମ୍ଭରେ ମହାମାରୀ କରୋନା ଯୋଗୁଁ ପ୍ରାଣ ହରାଇଥିବା ଦଳର ସକ୍ରିୟ ସଭ୍ୟ, ଜନସାଧାରଣ, ଦେଶବ୍ୟାପି ଚାଲିଥିବା ଚାଷୀ ଆନ୍ଦୋଳନରେ ମୃତ୍ୟୁବରଣ କରିଥିବା ଚାଷୀଙ୍କ ସ୍ମୃତିରେ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଜିଲ୍ଲା କଂଗ୍ରେସ ସଭାପତି ଦିଲିପ ବେହେରା, ଅନୁସୂଚିତ ଜାତି ସେଲ୍‌ ସଭାପତି ଓମ୍‌ ପ୍ରକାଶ କୁମ୍ଭାର, ବରିଷ୍ଠ କଂଗ୍ରେସ ନେତା ନବ କିଶୋର ନାଏକ, ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁ, ଜିଲ୍ଲା କଂଗ୍ରେସ ସଂପାଦକ ଶୁଶାନ୍ତ ଷଡଙ୍ଗି, ଦଳିତ ନେତା ସତ୍ୟାନନ୍ଦ ସୁନା, ଯୁବ କଂଗ୍ରେସ ସଭାନେତ୍ରୀ ରଂଜିତା ପଟେଲ, ପୂର୍ବ ବ୍ଲକ ଅଧ୍ୟକ୍ଷ ହୃଦାନନ୍ଦ ଭୋଇ, କୋଷାଧ୍ୟକ୍ଷ ଲଳିତ ପଟେଲ, ପୂର୍ବ ସରପଂଚ ବିରସିଂହ ଦିପ, ଉପସଭାପତି ବଜରଂଗ ଅମାତ, ଅନିରୁଦ୍ଧ ବଗର୍ତ୍ତି, ଜ୍ୟୋତିଷ ମୁଗ୍ରୀ, ସାଧାରଣ ସଂପାଦକ ସରୋଜ ପ୍ରଧାନ, ଗଦାଧର ମହାପାତ୍ର, ବଳଦେବ ସେଠ, ସୁରେଶ ନାଗ, ଶ୍ରୀନିବାସ ନାଏକ ପ୍ରମୁଖ ଉଦ୍‌ବୋଧନ ଦେଇଥିବା ବେଳେ ସଂପାଦକ ହରି ନନ୍ଦ, ଜୟ ଭାରତ ଭୋଇ, ଜ୍ଞାନ ରଂଜନ ଷଡଙ୍ଗୀ, ନାରଦ ରଣା, ଦେବରାଜ ମହାକୁର, ପ୍ରେମ ମହାକୁର, ଜମିଦାର ବିଶ୍ୱାଲଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

1 × two =

error: Content is protected !!