pakka

ଓଡିଶାର କଳା ସଂସ୍କୃତି ଓ ବିକାଶ ସମନ୍ୱୟର ପ୍ରତୀକ ଲୋକକଳା ଗ୍ରାମର ରାଜ୍ୟସ୍ତରୀୟ ଉତ୍ସବ ପାଳିତ

bbehera

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭାରତ ଏକ ଗ୍ରାମ ବହୁଳ ଦେଶ ସେହି କ୍ରମରେ ଓଡିଶା ପ୍ରଦେଶ ମଧ୍ୟ ଗ୍ରାମୀଣ ଜନ ଜୀବନକୁ ନେଇ ନିଜର ସ୍ୱତନ୍ତ୍ରତା ବଜାୟ ରଖିଛି । ଜାତିର ପିତା ମହାତ୍ମା ଗାନ୍ଧୀ କହିଥିଲେ ଭାରତର ଆତ୍ମା ଗାଁରେ ରହିଛି । ତେଣୁ ଗ୍ରାମର ବିକାଶ ହେଉଛି ଦେଶର ବିକାଶ । ଓଡିଶାର ଲୋକକଳା ଓ ଲୋକସଂଙ୍ଗୀତ ମୁଖ୍ୟତଃ ଗାଁରେ ରହିଛି ତେଣୁ ଓଡିଶା ସରକାରଙ୍କ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଲୋକକଳା ସଂଘ ମାଧ୍ୟମରେ ଲୋକକଳା ଗ୍ରାମ ଏକ ଅଭିନବ ପ୍ରୟାସ । ଓଡିଶାର କଳା ସଂସ୍କୃତି ଓ ବିକାଶକୁ ସମନ୍ୱୟ କରି ଲୋକକଳା ଗ୍ରାମରେ ପରିକଳ୍ପନା । ଯେଉଁଥିରେ ଆର୍ଦଶ ଗାଁର ସାମଗ୍ରିକ ବିକାଶ କଳା ସଂସ୍କୃତିର ବିକାଶ ମୁଖ୍ୟତଃ ସମକାଳୀନ ଭାବରେ ଅଗ୍ରସର ହେଉଥିବ ଯାହା ସମଗ୍ର ଭାରତ ବର୍ଷରେ ଏକ ନିଆରା ପରମ୍ପରା ସୃଷ୍ଟି କରିଛି । ୨୦୧୮, ଏପ୍ରିଲ ୦୨ ତାରିଖରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକକଳାଗ୍ରାମର ମହତ୍ୱକୁ ଅଧିକ ରୁଦ୍ଧିମନ୍ତ କରିବା ପାଇଁ କଳାସଂସ୍କୃତିକୁ ପାଥେୟ କରି ଏହି ସୁନ୍ଦର ଓ ସ୍ୱତନ୍ତ୍ର ପରିକଳ୍ପନାକୁ ବାସ୍ତବ ରୂପ ଦେବା ପାଇଁ ଶୁଭାରମ୍ଭ କରିଥିଲେ । ୨୦୧୯ ମସିହାରେ ଅକ୍ଟୋବର, ୦୨ ତାରିଖରେ ଗାନ୍ଧୀଜୀଙ୍କ ୧୫୦ ତମ ଜୟନ୍ତୀ ଅବସରରେ ୩୦ଟି ଜିଲ୍ଲାର ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପ୍ରଶାସନ ଦ୍ୱାରା ପ୍ରତ୍ୟେକ ଜିଲ୍ଲାରେ ପାଳନ ହୋଇଥିଲା । ଲୋକକଳା ଗ୍ରାମକୁ ଲୋକାର୍ପଣ କରାଯାଇଛି । ଭାରତ ସ୍ୱାଧୀନତାର ୭୫ତମ ବର୍ଷ ପୂର୍ତ୍ତି ଅବସରରେ ସମଗ୍ର ଭାରତ ବର୍ଷରେ ପାଳନ ହେଉଥିବା ‘ଆଜାଦୀ କା ଅମୃତ ମହୋତ୍ସବ’ ଅବସରରେ ଲୋକକଳାର ତୃତୀୟ ବାର୍ଷିକ ମହୋତ୍ସବ ଅକ୍ଟେବର ୨ ତାରିଖଦିନ ରାଜ୍ୟର ବିଭିନ୍ନ ବ୍ଲକରେ ବ୍ୟାପକ ଭାବେ ପାଳନ କରାଯାଇଛି । ଏହି ପରିପ୍ରେକ୍ଷୀରେ ରାଜ୍ୟସ୍ତରୀୟ ଲୋକକଳା ଗ୍ରାମ ମହୋତ୍ସବ ସ୍ଥାନୀୟ ରବିନ୍ଦ୍ର ମଣ୍ଡପଠାରେ ଆୟୋଜିତ ହୋଇଯାଇଛି । ଏହାକୁ ସଚିବ ଡ. ସୁରେଶ ଚନ୍ଦ୍ର ଦଳାଇ ଉଦ୍‌ଘାଟନ କରିଥିଲେ । ନିର୍ଦ୍ଦେଶକ ରଞ୍ଜନ କୁମାର ବାଗ, ଉପସଚିବ ସଂଞ୍ଜୟ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ମଣିଷ ସହର ସୃଷ୍ଟି କରିଛି ସତ କିନ୍ତୁ ଗାଁକୁ ନିଜେ ଭଗବାନ ସୃଷ୍ଟି କରିଛନ୍ତି । ଗାଁକୁ ଅବହେଳା କରାଗଲେ ଏହା ସୃଷ୍ଟିକର୍ତ୍ତା ଭଗବାନଙ୍କ ପ୍ରତି ଅପମାନ ହେବ ବୋଲି ନିଜ ବକ୍ତବ୍ୟରେ ନିର୍ଦ୍ଦେଶକ ଶ୍ରୀ ଦାସ କହିଥିଲେ । ପ୍ରତ୍ୟେକ ଲୋକକଳା ଗ୍ରାମରେ ଭାଗବତ ଟୁଙ୍ଗି ସହ ପାଠାଗାର ପ୍ରତିଷ୍ଠା କରାଯିବା ପାଇଁ ସରକାର ପ୍ରଥମିକତା ଦେଇଥିବା ବିଭାଗୀୟ ଶାସନ ସଚିବ ଡ. ଦଳାଇ କହିଥିଲେ । ଏହି ଅବସରରେ ବାଲେଶ୍ୱର ଗୁଦୁଡା ପାଟଣା ଲୋକକଳା ଗ୍ରାମର ଚଢେୟା ନାଚ, କଳାହାଣ୍ଡି ଛୋରିଆଗଡ ଲୋକକଳା ଗ୍ରାମର ଘୁମୁରା, ବଲାଙ୍ଗିର ଲୋକକଳା ଗ୍ରାମ ପୁଇଁନ୍ତଲାର ଘୁଡୁକା ଏବଂ ପୁରୀ ସାରଙ୍ଗଯୋଡି, ଲୋକକଳା ଗ୍ରାମର ଗୋଟିପୁଅ ଦଳର କଳାକାରମାନେ ସେମାନଙ୍କ ପାରମ୍ପାରିକ କଳା ନୈପୁଣ୍ୟ ପ୍ରଦର୍ଶନ କରିଥିଲେ । ଓଡିଶାର ଲୋକକଳାର ପ୍ରଚାର ପ୍ରସାର ଓ ଲୋକକଳାକାରଙ୍କ ଉତ୍କର୍ଷତାକୁ ଲିପିବଦ୍ଧ କରି ସୁଦୁର ପ୍ରସାରୀ କରିବା ନିମନ୍ତେ ଏକ ତ୍ରୈମାସିକ ପତ୍ରିକା ଲୋକକଳା ବାର୍ତ୍ତାର ପ୍ରଥମ ସଂସ୍କରଣ ମଧ୍ୟ ଉନ୍ମୋଚନ ହୋଇଥିଲା । ରାଜ୍ୟ କଳାକାର ସଂଘର ଉପସଭାପତି ଅବନୀ କୁମାର ମିଶ୍ର ସ୍ୱାଗତ ଭାଷଣ ସହ ମଞ୍ଚ ପରିଚାଳନା କରିଥିଲେ । ସେହିପରି ବାସୁଦେବ ମାଲବିଷୋୟୀ ସମ୍ପୂର୍ଣ୍ଣ କାର୍ୟ୍ୟକ୍ରମର ପରିକଳ୍ପନା ଓ ପରିଚାଳନା କରିବା ସହ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

two + thirteen =

error: Content is protected !!