pakka

ଗୋଟିଏ ବଜ୍ରକାପ୍ତା ଉଦ୍ଧାର କରିବା ସହ ୨ ଜଣଙ୍କୁ ଗିରଫ କଲା ଲାଠୋର ବନବିଭାଗ

bbehera

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ବନବିଭାଗର କର୍ମଚାରୀମାନେ ହରିଶଙ୍କର ରେଞ୍ଜ ଏରିଆରୁ ଗୋଟିଏ ବଜ୍ରକାପ୍ତା (ଇଣ୍ଡିଆନ ପେଙ୍ଗୋଲିନ) ଚୋରା ଚାଲାଣ ହେଉଥିବା ନେଇ ଦୁଇଜଣ ବଣ୍ୟଜନ୍ତୁ ଅପରାଧୀଙ୍କୁ ଗିରଫ କରିଥିବା ବେଳେ ତୃତୀୟ ବ୍ୟକ୍ତି ଜଣକ ଫେରାର ମାରିଛି । ଅଭିଯୁକ୍ତ ଦୁଇଜଣ ସର୍ଗିପାଲି ଗ୍ରାମର ବଜରଙ୍ଗ ଧରୁଆ(କୁନୁ) ଏବଂ ମହାରପଦର ଗ୍ରାମର ସୁଶୀଳ ଧରୁଆ(୨୮) ବୋଲି ଜଣାପଡିଛି । ସୂଚନା ଅନୁସାରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଲାଠୋର ରେଞ୍ଜର କୁମାରୀ ପ୍ରଭାତୀ ସେଠ୍ ଏକ ଟିମ୍‌ ଗଠନ କରି ଖପ୍ରାଖୋଲ ବ୍ଲକ ହରିଶଙ୍କର ରେଞ୍ଜ ଅନ୍ତର୍ଗତ ମହାରପଦର ଅଭିମୁଖେ ବାହାରିଥିଲେ । ଯୋଜନା ମୁତାବକ ବନବିଭାଗ କର୍ମଚାରୀମାନେ ଗରାଖ ସାଜି ବଜ୍ରକାପ୍ତା କିଣିବା ପାଇଁ ଯାଇଥିଲେ । ଯେତେବେଳେ ଅଭିଯୁକ୍ତମାନେ ବଜ୍ରକାପ୍ତା ବିକ୍ରି କରିବା ପାଇଁ ଆସିଲେ, ଘଟଣାସ୍ଥଳରେ ପୂର୍ବରୁ ଗରାଖ ସାଜି ଉପସ୍ଥିତ ଥିବା ଲାଠୋର ବନବିଭାଗ ଟିମ ବଜ୍ରକାପ୍ତାକୁ ଜୀବନ୍ତ ଉଦ୍ଧାର କରି ଦୁଇଜଣଙ୍କୁ ଗିରଫ କରିଥିଲେ । ତେବେ ଘଟଣାସ୍ଥଳରୁ ଗୋଟିଏ ଅଭିଯୁକ୍ତ ଫେରାର ହୋଇ ଯାଇଥିବା ସୂଚନା ମିଳିଛି ।

jay balangir
Leave A Reply

Your email address will not be published.

sixteen − four =

error: Content is protected !!