csstore

ପଛୁଆ ବର୍ଗର ବଳିଷ୍ଠ ନେତା ବଲ୍ଲୁ ଭୈୟା ଏବେ ବିଜେପି ମୁହାଁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଳରାମ ସିଂ ଯାଦବ ଓରଫ୍ ବଲ୍ଲୁ ଭୈୟା ବଲାଙ୍ଗିର ଜିଲ୍ଲା ସମେତ ପଶ୍ଚିମ ଓଡ଼ିଶାର ଏକ ସ୍ୱତନ୍ତ୍ର ପଛୁଆ ବର୍ଗ ସମାଜର ନେତା । ସୂଚନା ଯୋଗ୍ୟ ଯେ, ଗତ ୨୦୧୯ ନିର୍ବାଚନ ପୂର୍ବରୁ ବିଜେଡିରେ ସେ ମିଶିଥିଲେ । ଦଳ ମଧ୍ୟ ତାଙ୍କୁ ତୁରନ୍ତ ଦଳର ସମ୍ପାଦକ ପଦବୀ ସହିତ ପାଟଣାଗଡ଼ ନିର୍ବାଚନ ମଣ୍ଡଳୀର ଦାୟିତ୍ୱ ଦେଇଥିଲା । ସେଥିରେ ସେ ମଧ୍ୟ କୃତକାର୍ଯ୍ୟ ହୋଇଥିଲେ । ବିଜେପିର ଅଭେଦ୍ୟ ଦୁର୍ଗକୁ ଭେଦ କରି ବିଜେପି ପ୍ରାର୍ଥୀଙ୍କୁ ପରାଜିତ କରିଥିଲେ ବିଜେଡିର ପ୍ରାର୍ଥୀ । କିନ୍ତୁ ପରବର୍ତ୍ତୀ ସମୟରେ ବଲ୍ଲୁ ଭୈୟା ଦଳ ପାଇଁ ଅଲୋଡ଼ା ହୋଇପଡ଼ିଥିଲେ । ଦଳୀୟ କୌଣସି ପଦପଦବୀ ଦିଆଗଲା ନାହିଁ । ସେ ଦଳୀୟ ମୁଖ୍ୟ ମାନଙ୍କୁ ଭେଟି ବାରମ୍ବାର ନିଜର ଅସନ୍ତୋଷ ଜାହିର କରିଆସିଛନ୍ତି । କିନ୍ତୁ ଫଳ କିଛି ମିଳି ନାହିିଁ । ଅନ୍ୟ ପଛୁଆ ଜାତି ମାନଙ୍କ ପାଇଁ ସ୍ୱତନ୍ତ୍ର ଜନଗଣନା, ସମାଜର ପ୍ରତ୍ୟେକ ସ୍ତରରେ ସେମାନଙ୍କ ପଦବୀ ସଂଗ୍ରକ୍ଷଣ ବ୍ୟବସ୍ଥା କରିବା ଆଦି ପ୍ରସ୍ତାବ ପାଇଁ ଡିଣ୍ଡିମ ପିଟୁଥିବା ଦଳ ବଲ୍ଲୁ ଭୈୟା ପରି ଜଣେ ପଛୁଆ ବର୍ଗର ନେତାଙ୍କୁ ବ୍ୟବହାର କରି ଏମିତି ମଝି ରାସ୍ତାରେ ଛାଡ଼ି ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ତାଙ୍କ ପ୍ରଶଂସକ ମାନେ ମତ ପ୍ରକାଶ କରିଛନ୍ତି । ତେବେ ସେ ଆଗାମୀ ସମୟରେ ବିଜେପିରେ ସାମିଲ ହୋବକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି ।

jayashree
Leave A Reply

Your email address will not be published.