jsm

ଗତ ୨୪ ଘଂଟାରେ ୫୨୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

csstore

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୫୨୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୬୮ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୫୦୩୫ । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୦୩ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୨୨୩ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୩, ବାଲେଶ୍ୱରରୁ ୩୩, ବରଗଡରୁ ୨, ଭଦ୍ରକରୁ ୩, ବଲାଙ୍ଗିରରୁ ୧, କଟକରୁ ୬୩, ଦେବଗଡରୁ ୩, ଗଜପତିରୁ ୨, ଜଞ୍ଜାମରୁ ୩, ଜଗତସିଂହପୁରରୁ ୧୬, ଯାଜପୁରରୁ ୧୩, ଝାରସୁଗୁଡାରୁ ୧, କଳାହାଣ୍ଡିରୁ ୧, କନ୍ଧମାଳରୁ ୩, କେନ୍ଦ୍ରାପଡାରୁ ୧୪, ଖୋର୍ଦ୍ଧାରୁ ୨୨୩, କୋରାପୁଟରୁ ୪, ମାଲକାନଗିରି ୨, ମୟୁରଭଂଜରୁ ୨୯, ନୟାଗଡରୁ ୨, ପୁରୀରୁ ୧୧, ରାୟଗଡାରୁ ୨, ସମ୍ବଲପୁରରୁ ୭, ସୋନପୁର ୧, ସୁନ୍ଦରଗଡରୁ ୧୯ ଓ ଷ୍ଟେଟ ପୁଲ୍‌ରୁ ୫୫ ଚିହ୍ନଟ ହୋଇଛନ୍ତି ।

yuvodaya
Leave A Reply

Your email address will not be published.