pakka

କଫ୍‌ ସିରଫ ଚୋରା ଚାଲାଣ : ବିଜୁ ଯୁବ ବାହିନୀ ସଦସ୍ୟ ସହ ୪ ଗିରଫ

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ ପୋଲିସ ଗତକାଲି ୪ ଜଣ କଫ ସିରପ୍‌ ବେପାରୀଙ୍କୁ ଗିରଫ୍‌ କରିଛି । ସୂଚନା ଅନୁସାରେ ଗତକାଲି ସନ୍ଧ୍ୟା ୭ ଘଂଟା ସମୟରେ କୌଣସି ସୂତ୍ରରୁ ଖବର ପାଇ ପାଟଣାଗଡ ପୋଲିସ ଏସ.ଆଇ. ବିଷ୍ଣୁପ୍ରସାଦ ଶବରଙ୍କ ନେତୃତ୍ୱରେ ବରପଦର ବ୍ରିଜ ନିକଟରେ ଚଢାଉ କରି ଲରମ୍ଭା ପଟରୁ ଆସୁଥିବା ଏକ ୱାଗନର କାର (ସିଜି ୦୪ବି – ୦୭୧୧) ସହ ବେଆଇନ ଚାଲାଣ ହେଉଥିବା ୭୭ ବୋତଲ କଫ ସିରପ୍‌, ୪ଟି ମୋବାଇ ଏବଂ ୨ ହଜାର ଟଙ୍କା ଜବତ କରିଛି । ଏହି କାର୍‌ରେ ଥିବା ପାଟଣାଗଡ କାଦୋପଡାର ସୁମନ୍ତ ମେହେର, ବାସୁଦେବ ସେଠ, ଲାଇନ ପଡାର ଶାନ୍ତ ମାହାର ଏବଂ କୁତମୁଣ୍ଡା ଗ୍ରାମର ସୁଜ୍ଞାନୀ ମେହେରଙ୍କୁ ଗିରଫ କରିଛି । ଏନେଇ ପାଟଣାଗଡ ଥାନା କେଶ ନଂ ୧୬୩ ଦଫା ୨୭୪, ୨୭୫/୩୪ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇ ଆଜି ଦିବା ୧୨ ଘଂଟାରେ ସମସ୍ତ ଅଭିଯୁକ୍ତଙ୍କ କୋଭିଡ ଟେଷ୍ଟ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । କୋର୍ଟରେ ସେମାନଙ୍କ ଜାମିନ ନାମଞ୍ଜୁର ହେବାପରେ ପାଟଣାଗଡ ଜେଲକୁ ସେମାନଙ୍କୁ ପଠାଯାଇଥିବା ଥାନା ଅଧିକାରୀ କେ. ପ୍ରିୟଙ୍କା ରଉତରାୟ ପ୍ରକାଶ କରିଛନ୍ତି ।

ଅନ୍ୟପଟେ ଏହି ଘଟଣାରେ ବିଜୁ ଯୁବ ବାହିନୀର ସଦସ୍ୟଙ୍କ ଲିଙ୍କ ଚର୍ଚ୍ଚା ହେଉଥିବା ବେଳେ ବିଜୁ ଯୁବବାହିନୀ ସଦସ୍ୟ ଅଭିଯୁକ୍ତ ସୁମନ୍ତ ମେହେର ରଙ୍ଗେ ହାତ୍‌ ପୁଲିସ ହାତରେ ଧରା ପଡ଼ିଛନ୍ତି । ଏହି ଘଟଣା ପରେ ଅଂଚଳରେ ଖୋଦ୍‌ ବିଜୁ ଯୁବ ବାହନୀ ସଦସ୍ୟଙ୍କ ତରଫରୁ କଫ୍‌ ସିରଫ ଚାଲାଣ କରାଯାଉଥିବା ନେଇ ବିଭିନ୍ନ ଖବର ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳୁଛି । ଆହୁରି ଅଭିଯୁକ୍ତ ଓ ସ୍ଥାନୀୟ ବିଧାୟକ ସରୋଜ ମେହେରଙ୍କ ଫଟୋ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି । ସୂଚନାଯୋଗ୍ୟ ଯେ, କିଛି ମାସ ପୂର୍ବରୁ କଫ୍‌ ସିରପ ଚୋରା ଚାଲାଣ କରୁଥିବା ବେଳେ ବିଜୁ ଯୁବବାହିନୀ ସଦସ୍ୟ ପୀତବାସ ସାହୁ ବଲାଙ୍ଗିର ସଦର ଥାନାରେ ଗିରଫ ହୋଇଥିଲେ । ତାଙ୍କ ସହ ମଧ୍ୟ ସେହି ସମୟରେ ସ୍ଥାନୀୟ ବିଧାୟକଙ୍କ ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା । ତେବେ ଦୁଇ ଦୁଇ ଜଣ ଚୋରାଚାଲାଣକାରୀଙ୍କ ସହ ବିଧାୟକଙ୍କ ଫଟୋ ରହିବାକୁ ନେଇ ଏବେ ସହରରେ ଚର୍ଚ୍ଚା ଜୋର୍‌ ଧରିଛି ।

Leave A Reply

Your email address will not be published.

2 × two =