pakka

ପୂଜ୍ୟପୂଜା ସେବା ସଂଗଠନ ତରଫରୁ ପାର୍ବତୀ ଗିରିଙ୍କ ଶ୍ରାଦ୍ଧ ଦିବସ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ପୂଜ୍ୟପୂଜା ସେବା ସଂଗଠନ ତରଫରୁ ଟିକ୍ରାପଡା ସ୍ଥିତ ଦଧିବାମନ ମନ୍ଦିର ପରିସରରେ ବହ୍ନିକନ୍ୟା ମାଆ ପାର୍ବତୀ ଗିରିଙ୍କର ୨୬ତମ ଶ୍ରାଦ୍ଧ ସମାରୋହ ପାଳିତ ହୋଇଯାଇଛି । ବହ୍ନିକନ୍ୟା ପାର୍ବତୀ ଗିରି ଅନାଥମାନଙ୍କର ମାଆ, ତ୍ରାଣକର୍ତ୍ତା ଏବଂ ତ୍ୟାଗ ଆଦର୍ଶର ମୂର୍ତ୍ତୀମନ୍ତ ପ୍ରତୀକ ଥିଲେ ବୋଲି ଉପସ୍ଥିତ କର୍ମକର୍ତ୍ତା ଆଲୋଚନା କରିଥିଲେ । ଶ୍ରଦ୍ଧାଞ୍ଜଳି ସଭାରେ ଅବସରପ୍ରାପ୍ତ ଶାରିରୀକ ଶିକ୍ଷା ନିରୀକ୍ଷକ ଗୋବିନ୍ଦ ଚନ୍ଦ୍ର ନାୟକଙ୍କ ଅମର ଆତ୍ମାର ସତ୍‌ଗତି ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ସଭାରେ ଜୟରାମ ମିଶ୍ର, ହୃଷିକେଶ ପୁରୋହିତ, ଡ. ଅଶୋକ କୁମାର ସେଠୀ, ରଘୁନାଥ ମିଶ୍ର, ଶୁଭେନ୍ଦ୍ର ନେପାକ, ପ୍ରଦୀପ ପଶାୟତ, ଅରୁଣ ଖୁଆସ, ସୁବାଷ ଦାସ, ଅବଦୁଲ ରଜାକ୍‌, ଦୁର୍ଗାଚରଣ ସାହୁ, ସୁନାଧର ବନଛୋର ଓ ମଦନ ମୋହନ ରଥ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ କୋଭିଡ୍‌-୧୯ର ନିୟମ ଅନୁସାରେ ସାମାଜିକ ଦୂରତ୍ୱ ରକ୍ଷା କରି ଅନୁଷ୍ଠିତ ହୋଇଥିଲା । ଡା. ସେଠୀ କୋରୋନା ରୋଗରୁ କିପରି ରକ୍ଷା ପାଇ ପାରିବେ, ସେ ଦିଗରେ ମାର୍ଗଦର୍ଶନ କରିଥିଲେ ।

Leave A Reply

Your email address will not be published.

14 + one =