jayashree

ବେଆଇନ କଫ୍ ସିରପ ଚୋରା ଚାଲାଣ ଅଭିଯୋଗରେ ଯୁବକ ଗିରଫ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ବେଆଇନ ଭାବେ ଚାଲାଣ ହେଉଥିଲା କଫ୍ ସିରଫ । ଯାହାର ଖବର ପାଇବା ପରେ ବଲାଙ୍ଗିର ଟାଉନ ଥାନା ପୋଲିସ ଜଣେ ଯୁବକକୁ ଗିରଫ କରିଥିବା ନେଇ ଟାଉନ ଥାନା ଆଇଆଇସି ସୂଚନା ଦେଇଛନ୍ତି । ତା ନିକଟରୁ ୬୦ ବୋତଲ ଏସ୍‌କଫ୍ କଫ୍ ସିରପ୍ ଜବତ କରିଛି ଟାଉନ୍ ଥାନା ପୋଲିସ । ବଲାଙ୍ଗିର ଟାଉନ୍ ଥାନା କେସ୍ ନମ୍ବର ୪୪୨/୨୧/୨୦୨୬ରେ ଏନ୍‌ଡିପିଏସ୍ ଆକ୍ଟର ଧାରା ୨୧(ସି) ଅନୁଯାୟୀ ମାମଲା ରୁଜୁ ହୋଇଛି । ଗିରଫ ଯୁବକ ଜଣକ ବ୍ରାହ୍ମଣପଡ଼ାର ୨୦ ବର୍ଷୀୟ ସାଗର ସ୍ୱାଇଁ ବୋଲି ଜଣାପଡ଼ିଛି । ଏସ୍‌ଆଇ ବିଶାଖା ନାଏକ ପାଟ୍ରୋଲିଂରେ ଥିବାବେଳେ ଯୁବକ ଜଣକ ବେଆଇନ ଭାବେ କଫ୍ ସିରପ୍ ନେଇ ବ୍ରାହ୍ମଣପଡ଼ା ଆଡ଼କୁ ଯାଉଥିବା ଖବର ପାଇଥିଲେ । ଏହାପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଯାଞ୍ଚ କରାଯାଇ ୬୦ ବୋତଲ ଏସ୍‌କଫ୍ କଫ୍ ସିରପ୍ ଜବତ କରାଯାଇଥିଲା । କଫ୍ ସିରପ୍ କେଉଁଠାରୁ ଆସିଥିଲା, ସେନେଇ ତଦନ୍ତ ଜାରି ରହିଛି । ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଯାହାକୁ ନେଇ ଟାଉନ ଥାନା ଆଇଆଇସି ଅବନୀ ସାହୁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.