pakka

ବଲାଙ୍ଗିର ଜିଲ୍ଲାର ନୂତନ ଜିଲ୍ଲାପାଳ ଯୁବ ଆଇଏଏସ୍‌ ଚଂଚଳ ରାଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ନୂତନ ଜିଲ୍ଲାପାଳ ଭାବେ ଯୋଗ ଦେବେ ମୟୁରଭଂଜ ଜିଲ୍ଲାର ପ୍ରକଳ୍ପ ନିର୍ଦ୍ଦେଶକ ଥିବା ଯୁବ ଆଇଏଏସ୍‌ ଚଂଚଳ ରାଣା । ବଲାଙ୍ଗିର ଜିଲ୍ଲାପାଳ ଅରିନ୍ଦମ ଡାକୁଆ, ଆଇଏଏସ୍‌ ଙ୍କୁ ପଞ୍ଚାୟତିରାଜ ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ବଦଳି ହୋଇଥିବା ବେଳେ ଏବେ ବଲାଙ୍ଗିର ଜିଲ୍ଲାପାଳ ଭାବେ ଓଡ଼ିଶା ସରକାରଙ୍କ ଦ୍ୱାରା ଅବସ୍ଥାପିତ ହୋଇଛନ୍ତି ଯୁବ ଜିଲ୍ଲାପାଳ ଶ୍ରୀ ଚଂଚଳ ରାଣା । ତାଙ୍କୁ ବଲାଙ୍ଗିର ଜିଲ୍ଲା ବୁଦ୍ଧିଜୀବୀ ମହଲରେ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଯାଇଛି । ତାଙ୍କ ଦ୍ୱାରା ବଲାଙ୍ଗିର ଜିଲ୍ଲା ବିଶେଷ ଉନ୍ନତି ସାଧନ ତଥା ସମସ୍ୟାର ସମାଧାନ ହୋଇପାରିବ ବୋଲି ଆଶା କରାଯାଇଛି ।

2 Comments
  1. Romanchal says

    Work is worship

  2. Romanchal says

    I like to enlight everyone

Leave A Reply

Your email address will not be published.

9 − 7 =