ସୁରକ୍ଷା କର୍ମୀ-ମାଓ ଗୁଳିବିନିମୟରେ ୫ ମାଓ ମୃତ : ଅପରେସନ ଜୋରଦାର

କଳାହାଣ୍ଡି, (କେପିଏନ୍‌ଏସ୍‌) : କଳାହାଣ୍ଡି-କନ୍ଧମାଳ ସୀମାନ୍ତ ସିର୍କି ଜଙ୍ଗଲରେ ମାଓ ଅପରେସନ ଜୋରଦାର ଚାଲିଛି । କଳାହାଣ୍ଡି ପୋଲିସ ଦ୍ବାରା ଡିଭିଏଫ ଓ ଏସଓଜି ମିଳିତ ଅପରେସନରେ ଗୁଳି ବିନିମୟ ବେଳେ ୫ ମାଓବାଦୀ ନିହତ ହୋଇଥିବା ଖବର ମିଳିଛି ।

କଳାହାଣ୍ଡିର ସିର୍କି ଜଙ୍ଗଲରେ କୁମ୍ବିଂ ଅପରେସନ ଜୋରଦାର କରାଯାଇଛି । ଏନେଇ ଅଧିକ ଫୋର୍ସ ପଠାଯାଇଥିବା ସୂଚନା ରହିଛି । ତେବେ ଆଜି ସକାଳ ୧୧ ବେଳେ ମାଓବାଦୀ ଗତିବିଧି ନେଇ ସୂଚନା ଆଧାରରେ କଳାହାଣ୍ଡି ପୋଲିସ ଓ କନ୍ଧମାଳ ପୋଲିସ ସହାୟତାରେ ଅପରେସନ କରାଯାଇଥିଲା ।

ଅପରେସନରେ ଦିନ ୧୧ଟା ସମୟରେ ଉଭୟ ପଟୁ ଗୁଳିବିନିମୟ ବେଳେ ୫ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଏମାନଙ୍କ ମଧ୍ୟରେ ୩ ମହିଳା ଓ ୨ ଜଣ ପୁରୁଷ ମାଓବାଦୀ ବୋଲି କଳାହାଣ୍ଡି ଏସ୍‌ପି ବତୁଲା ଗଙ୍ଗାଧର ସୂଚନା ଦେଇଛନ୍ତି । ଏହି ଅପରେସନରେ ଜଣେ ଯବାନ ମଧ୍ୟ ଆହତ ହୋଇଛନ୍ତି । ଅନ୍ୟ ଅପରେସନରେ ଆହତ ଯବାନଙ୍କୁ ଉଦ୍ଧାର କରାଯାଇଛି। ଅପରେସନ ଜାରି ରହିଥିବା ସୂଚନା ମିଳିଛି ।

Leave A Reply

Your email address will not be published.

5 × three =