pakka

ଜରି ଗୋଟାଳିକୁ ବାନ୍ଧିଲା ପୋଲିସ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ଅଂଚଳରେ ଜଣେ ଜରି ଗୋଟାଳିକୁ ପାଇକମାଲ ପୋଲିସ ବାନ୍ଧି କୋର୍ଟକୁ ପଠାଇଥିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ପ୍ରାପ୍ତ ବିବରଣୀରୁ ଜଣାପଡିଛି ଯେ, ପାଇକମାଲର ହାପିଜ ଅକତରଙ୍କ ଘରୁ ଏକ ପାଣି ମଟର ଚୋରି ହେବାରୁ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପାଇକମାଲ ଥାନା କେସ ନଂ ୧୮୧/୨୩ ଅନୁସାରେ ଧାରା ୪୫୭/୩୮୦ରେ ମାମଲା ରୁଜୁ କରି ତନାଘନା କରିବା ସହ ପାଇକମାଲ କଣ୍ଟାପଡାରେ ରହୁଥିବା ଜଣେ ଜରି ଗୋଟାଳି ପାଖରୁ ଚୋରି ହୋଇଥିବା ଟ୍ୟୁବ ୱେଲ୍‌ ଓ ମୋଟର ଉଦ୍ଧାର କରି ଅଭିଯୁକ୍ତ ପରଦେଶୀ ଘୋଗିଆ(୨୭)କୁ ଗିରଫ କରି ପୋଲିସ ପଦ୍ମପୁର କୋର୍ଟକୁ ଚାଲାଣ କରିଛି । ଜରି ଗୋଟାଳିମାନେ ଦିନ ବେଳା ଜରି ଗୋଟାଇବା ପାଇଁ ଘର ଘର ଯାଉଥିବା ବେଳେ ପିଲା ଛୁଆ ଧରି ଏମିତି ଛୋଟ ଛୋଟ ଚୋରି କରୁଥିବା ଦେଖାଯାଉଛି । ଏଣୁ ଏଥିପ୍ରତି ସଜାଗ ହୋଇ ରହିବାକୁ କୁହାଯାଇଛି । ପୋଲିସର ଏତାଦୃଶ କାମ ପାଇଁ ବୁଦ୍ଧିଜୀବୀମାନେ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.

20 − 14 =